ସୋନପୁରରେ ୫୦ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ

7

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ଠାରେ ୧୪ କୋଟି 0୪ ଲକ୍ଷ ୯0 ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁପ୍ରତୀକ୍ଷିତ ୫0 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ର ଲୋକାର୍ପଣ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପର, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଓ ମାନନୀୟା ଲୋକସଭା ସାଂସଦ, ବଲାଙ୍ଗୀର ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ ଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲାପାଳ ସୁବର୍ଣ୍ଣପୁର ଆବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱ ରଞ୍ଜନ ପତି,ପ୍ରମୁଖ ଉପସ୍ଥିତ ରହିଥିଲେ l ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ନବ ନିର୍ମିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ସଭା ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସଭାପତିତ୍ୱ କରିଥିବା ବେଳେ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ମାନନୀୟା ଲୋକସଭା ସାଂସଦ ବଲାଙ୍ଗୀର ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ, ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ.ବିଶ୍ୱ ରଞ୍ଜନ ପତି,ଶ୍ରୀ ସରୋଜ କମ୍ପ,ବ୍ଲକ ଅଧ୍ୟକ୍ଷ ପ୍ରମୁଖ ମଂଚାସୀନ ଥିଲେ l ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ପୂଜାରୀ ଏହି ବହୁପ୍ରତିକ୍ଷୀତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପଣରେ ନିଜର ଖୁସି ବ୍ୟକ୍ତ କରି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଜିଲ୍ଲାର ତଥା ପଡୋଶୀ ବୌଦ୍ଧ ଜିଲ୍ଲାର ଗର୍ଭବତୀ ଓ ଶିଶୁ ମାନେ ବହୁଳ ଭାବେ ଉପକୃତ ହୋଇପାରିବେ ବୋଲି କହିଥିଲେ l ମାନନୀୟା ସାଂସଦ ବଲାଙ୍ଗୀର ଶ୍ରୀମତୀ ସିଂଦେଓ ଏହି ଆଧୁନିକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ, ଏହା ଜିଲ୍ଲାର ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ କରିପାରିବ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଏହି ଶୁଭ ଲୋକାର୍ପଣ କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ବିଭିନ୍ନ ବିଭାଗୀୟ ପଦାଧିକାରୀ ତଥା ବୁଦ୍ଧିଜୀବୀ, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ l ଡ଼ଃ ବିଶ୍ୱ ରଞ୍ଜନ ପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More