ସେଲଫି ନେବା ହେଲା କାଳ , ପାଣିରେ ପଡି ଯୁବକ ନିଖୋଜ

26

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସେଲଫି ନେବା ହେଲା କାଳ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ଵର ଶୈବ ପୀଠ ଠାରେ । ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରିରହିଛି । ସେହି ଦୃଶ୍ୟ ଦେଖିବାକୁ ତିନି ଯୁବକ ଆସି ଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଜଳପ୍ରପାତ ନିକଟରେ ସେଲ୍‌ଫି ନେବା ସମୟରେ ଗୋଡ଼ ଖସି ପାଣିରେ ପଡି ନିଖୋଜ ହୋଇ ଯାଇଥିଲେ । ଖବର ପାଇ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ସହ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁତ ସମୟ ଖୋଜାଖୋଜି କରିଥିଲେ, କିନ୍ତୁ ନିଖୋଜ ଯୁବକଙ୍କ ପତା ମିଳିନଥିଲା । ସୂଚନା ଅନୁଯାଇ ପ୍ରସିଦ୍ଧ ଘୁମରେଶ୍ଵର ଶୈବପୀଠକୁ କାଲି କୋରାପୁଟ ଜିଲ୍ଲାର ଡେଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ପ୍ରଫୁଲ ଗୈାଡ଼ଙ୍କ ପୁତ୍ର ହରେକୃଷ୍ଣ ଗୈାଡ଼ ବୟସ ୧୭ ନିଜର ଦୁଇଜଣ ସାଙ୍ଗଙ୍କ ସହିତ ଯାଇଥିଲେ। ଶୈବପୀଠ ଦର୍ଶନ ସାରି ଜଳପ୍ରପାତ ନିକଟରେ ହରେକୃଷ୍ଣ ସେଲ୍ଫି ନେବା ସମୟରେ ଗୋଡ଼ ଖସିଯାଇ ପାଣିରେ ପଡ଼ି ଯାଇଥିଲେ । ଏହି ଘଟଣା ପରେ ସାଥିରେ ଆସିଥିବା ସାଙ୍ଗମାନେ ସମ୍ପୃକ୍ତ ପରିବାର ଲୋକଙ୍କୁ ଜଣାଇଥିଲେ ।ଗତ କାଲି ବହୁତ ଖୋଜାଖୋଜି କରିବା ପରେ ବି ଯୁବକ ମିଳି ନଥିଲେ । କିନ୍ତୁ ଆଜି ପ୍ରାୟ ୫ ଘଣ୍ଟା ଧରି ଖୋଜିଲା ପରେ ଯୁବକର ଶବ ପାଣି ଭିତରୁ ଉଦ୍ଧାର କରି ଶବକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପାଇଁ ପଠାଇଥିଲେ ତେନ୍ତୁଳିଖୁଣ୍ଟି ପୋଲିସ। ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More