ସେରପଲ୍ଲୀ ଗ୍ରାମ ପଞ୍ଚାୟତର ରଙ୍ଗମାଟିଗୁଡାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ

15

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ ) : – ସେରପଲ୍ଲୀ ଗ୍ରାମ ପଞ୍ଚାୟତର ରଙ୍ଗମାଟିଗୁଡାରେ ଦୀର୍ଘ ଦିନ ଧରୀ ଅଙ୍ଗନୱାଡି କେନ୍ଦ୍ର ପାଇଁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପ୍ରଶାସନ ଦାବୀ କରି ଆସିଥିଲେ ସୁଦ୍ଧା ସୁଫଳ ହେଉନାହିଁ l ଏହି ଗ୍ରାମରେ ପ୍ରାୟ 50 ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି l ଏହି ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଅନେକ ଗର୍ବବତୀ ମହିଳା, ବୃଦ୍ଧା ଓ 20ରୁ ଉର୍ଦ୍ଧ 5 ବର୍ଷରୁ କମ ବୟସ ର ଶିଶୁ ଅଛନ୍ତି l ଏହି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଗ୍ରାମ ବାସୀ ମାନେ ପ୍ରାୟ 3 କିମି ଦୂର ପଦ୍ରାପଲ୍ଲୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଉପରେ ନିର୍ଭର କରି ଚଳୁଛନ୍ତି l ତେଣୁ ଆଜି ଆମ ଆଦମୀ ପାର୍ଟି ତରଫରୁ ରଙ୍ଗମାଟିଗୁଡାର ଗ୍ରାମ ବାସୀଙ୍କୁ ନେଇ ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଏବଂ ମାଲକାନଗିରି ପୌରପରିଷଦ ୱାର୍ଡ ନମ୍ୱର 13, ତାମିଲ କ୍ୟାମ୍ପ ଛକରେ ଏକ ଟ୍ରାଫିକ ପୋଷ୍ଟ, DDU -GKY ପଛରେ ଥିବା IMFL ଅଫ ଶପ -2 ମଦ ଦୋକାନ କୁ ସ୍ଥାନାନ୍ତରିତ ଏବଂ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ବିଶ୍ରାମଗାର ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇ ଅଛି l ଏହି ଦାବିପତ୍ର ଦେବା ସମୟରେ ଆମ ଆଦମୀ ପାର୍ଟି ର ସଭାପତି କେ. ଦେଶୀ ରାଜୁ ଅଚାରୀ, ଆଇନଜୀବୀ ତଥା ସକ୍ରିୟା କର୍ମୀ ରବିନ୍ଦରନାଥ ମାଢି, ରାମ ମୂର୍ତ୍ତି କିର୍ଷାନୀ, ଏବଂ ସେରପାଲି ଗ୍ରାମ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More