ସେବା ସଂଗଠନ ପକ୍ଷରୁ ଅସହାୟ ପରିବାରକୁ ରାସନ ସାମଗ୍ରୀ ପ୍ରଦାନ

37

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ରାଢୋ ଗ୍ରାମର ଉମେଶ ଚନ୍ଦ୍ର ପାତ୍ର ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଯାଇଥିଲେ ସେଠାରେ ଶ୍ରମିକ ଭାବେ କାମ କରି ଦିପଇସା ରୋଜଗାର କରୁଥିଲେ। ଦିନେ କମ୍ପାନୀର ଠିକାଦାରଙ୍କ ସହିତ ଟଙ୍କା ପଇସାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ଠିକାଦାର ଉମେଶଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିପକାଇଥିଲେ। ମେଡ଼ିକାଲରେ ଅପରେସନ ହୋଇ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭଲ ହୋଇନଥିଲେ। ପରେ କରୋ ନା ପାଇଁ ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ପାଇଁ କମ୍ପାନୀ ବନ୍ଧ ଯୋଗୁ ଉମେଶ ଓଡ଼ିଶା ଫେରିଆସିଥିଲେ। ଗାଁରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ମେଡ଼ିକାଲ ଟ୍ରିଟମେଣ୍ଟ ହୋଇପାରୁ ନାହାନ୍ତି । ଖାଦ୍ୟ ପେୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରି ପୋଖରୀ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଉମିଦ ଫାଉଣ୍ଡେସନର ସଭାପତିଙ୍କ ତତ୍ତ୍ଵାବଧାନରେ ସମ୍ପାଦକଙ୍କ ନେତୃତ୍ଵରେ ସଦସ୍ୟ ମାନେ ରାଢ଼ୋ ଗ୍ରାମ ଶ୍ରୀ ପାତ୍ରଙ୍କ ପରିବାର ପାଖରେ ପହଞ୍ଚି ରଜ ଅବସରରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି କିଛି ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଆଗାମୀ ଦିନରେ କେମିତି ଅପରେସନ ହୋଇ ଭଲ ହେବେ ସେନେଇ ବିଡ଼ିଓ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହିତ ଆଲୋଚନା କରି ସାହାଯ୍ୟ କରିବା ପାଇଁ କୁହାଯାଉଥିଲା। ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More