ରାଉରକେଲା (ସଂଘର୍ଷ ମିଡିଆ ) : ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ସମିତି ଦ୍ବାରା ପରିଚାଳିତ ସେକ୍ଟର-୭ କମ୍ୟୁନିଟି ସେଣ୍ଟର ଠାରେ ନିଶୁଳ୍ପ ଯୋଗ କେନ୍ଦ୍ରର ୪ର୍ଥ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଯୋଗ କେନ୍ଦ୍ରର ସଞ୍ଚାଳିକା ସବିତା ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ଜିଲ୍ଲା ଯୋଗ ସମିତିର ବିଭିନ୍ନ କର୍ମକର୍ତ୍ତା ତଥା ସହରାଜ୍ୟ ପ୍ରଭାରୀ ଅତ୍କର ମାର୍ଥା, ଜିଲ୍ଲା ପ୍ରଭାରୀ ନରେନ୍ଦ୍ର କୁମାର ବେହେରା, ମହିଳା ପ୍ରଭାରୀ ନିତମିନୀ ସ୍ୱାଇଁ,କିଷାନ ସେବା ପ୍ରଭାରୀ ପୀତବାସ ପ୍ରଧାନ, ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ,ଆରତୀ ସାହୁ ଯୋଗ ଦେଇ ଯୋଗର ବିଭିନ୍ନ ଦିଗ ଉପରେ ନିଜ ନିଜର ମତାମତ ରଖିଥିଲେ। କୋଭିତ୍ ମହାମାରୀ ସମୟରେ ସେକ୍ଟର-୭ କମ୍ୟୁନିଟି ସେଣ୍ଟର ଯୋଗ କେନ୍ଦ୍ରର ସାଧକଙ୍କ ଦ୍ଵାରା ବସ୍ତି ଅଞ୍ଚଳର ସେବା ଓ ଭୋକିଲା ମାନଙ୍କ ପାଇଁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରାଯାଇଥିଲା। ଶିଶୁ ସାଧକ-ସାଧିକା ମାନଙ୍କ ଦ୍ବାରା ଯୋଗାସନ ପ୍ରଦର୍ଶନ କରାଯାଇଥିଲା । ବିଗତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାରେ ଶ୍ରେଷ୍ଠତା ଅର୍ଜନ କରିଥିବା ବିଭିନ୍ନ ସାଧକ-ସାଧିକା ଯଥା ଆଶାଲତା ସାହୁ, ସବିତା ପ୍ରଧାନ, ସୁଧା ବଡାଇକ ଯୋଗାସନ ପ୍ରତିଯୋଗିତାରେ, ସଂଯୁକ୍ତା ସେଠୀ, ସୁଭଦ୍ରା ସାହୁ, କନକ ଦାସ ଇତ୍ୟାଦି ଶଙ୍ଖ ପୁଙ୍କା ,ରଙ୍ଗୋଲିରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଲାଭ କରିଥିଲେ। ଶିଶୁ ସାଧକ ସାଧିକା ଯଥା ଦିବ୍ୟାଶୁ ତନ୍ତୀ, ଏକାକ୍ସ ତନ୍ତୀ, ସୃଷ୍ଟି ସମୀକ୍ଷା ଯଥାକ୍ରମେ ଶୀର୍ଷସନ, ଚକ୍ରାସନ, ହଳାସନ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ । ବିଭିନ୍ନ ଯୋଗ କେନ୍ଦ୍ରର ସଞ୍ଚାଳକ-ସଞ୍ଚାଳିକା ଯଥା ବଳେନ୍ଦୁ ଶେଖର ଦୁବେ, ସୁରଭି ମଲ୍ଲିକ, ନିବେଦିତା ସାହୁ, ରଞ୍ଜିତା ପାଣିଗ୍ରାହୀ, ମୀନତି ସାହୁ, ସୀତା ମୁର୍ମୁ, ପ୍ରଫୁଲ୍ଲ କୁମାର ଦାସ ଆଦି ବାର୍ଷିକୋତ୍ସବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବବିତାରାଣୀ ପାତ୍ର, ଗାୟତ୍ରୀ ପାତ୍ର, ଜସ୍ବିନ ମହନ୍ତ, କାମେଶ୍ଵରୀ, ନିଶା ଆଦି ସାଧକ-ସାଧିକାମାନେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସୁଭଦ୍ରା ସାହୁ, ଆଶାଲତା ସାହୁ, ସବିତା ପ୍ରଧାନ, ସଂଯୁକ୍ତା ସେଠୀ, ମନ୍ଦିରା ମିଶ୍ର ଆଦି ସାଗତ ସଦ୍ଗୀତ ଗାନ କରିଥିଲେ ।ସନ୍ତୋଷିନୀ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରୀତିନନ୍ଦା ଚୌଧୁରୀ ଧନ୍ୟବାଦ ଦେଇଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ୍ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ରାଉରକେଲା ରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।