ରାଉରକେଲା (ସଂଘର୍ଷ ମିଡିଆ ) : ରାଉରକେଲା ଇସ୍ପାତ କାରଖାନାର ସହଯୋଗ କ୍ରମେ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ସମିତି ଦ୍ବାରା ପରିଚାଳିତ ସେକ୍ଟର-୧ କମ୍ୟୁନିଟି ସେଣ୍ଟର ଠାରେ ନିଃଶୁଳ୍କ ଯୋଗ କେନ୍ଦ୍ରର ଚତୁର୍ଥ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆସ୍ଏସ୍ପି ଜିଏମ୍ ଇନ୍ଚାର୍ଜର ବିଜୟ କୁମାର ରାଉତ କମ୍ୟୁନିଟି ସେଣ୍ଟରର ଉଦ୍ୟମକୁ ପ୍ରଶଂସା କରିବା ସହ ଯୋଗର ଉପାଦେୟତା ସମ୍ପର୍କରେ ବର୍ଣ୍ଣନା କରି କହିଲେ ଯେ, ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବା ସହ ଆତ୍ମାକୁ ପବିତ୍ର କରିଥାଏ। ମୁଖ୍ୟବକ୍ତା ଭାବରେ ପୀତବାସ ପ୍ରଧାନ ଯୋଗ ଦେଇଥିବା ବେଳେ ବରିଷ୍ଠ ଯୋଗ ଶିକ୍ଷକ କପିଳେଶ୍ଵର ମହାରଣା, ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପତଞ୍ଜଳି ଯୋଗ ସମିତିର କାର୍ଯ୍ୟକର୍ତ୍ତା ନରେନ୍ଦ୍ର କୁମାର ବେହେରା, ଗଙ୍ଗାଧର ଦାଶ ବିଶେଷ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ।ଯୋଗାସନ ପଦ୍ଧତିକୁ ନୃତ୍ୟ ରୂପରେ ରୂପାୟନ କରିଥିଲେ ସମ୍ମା, ସୁସୁନୀ, ପ୍ରଭାସିନୀ, ନିରୂପମା,ସସ୍ମିତା,ସ୍ନିଗ୍ଧା ଇତ୍ୟାଦି କଳାକାରଗଣ। ବିଭିନ୍ନପ୍ରତିଯୋଗିତାରେ ବିଜୟୀ ହୋଇଥିବା ସାଧକ ସାଧୁମାନେ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଯୋଗ ଶିକ୍ଷିକା ରଞ୍ଜିତା ପାଣିଗ୍ରାହୀ, କଳ୍ପନା କୁମ୍ଭାର,ଅବନ୍ତ ମିର୍ଦ୍ଧା ଇତ୍ୟାଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ସମ୍ପାଦକ ସୁର ବରାଳ, ମୁକ୍ତ ବେହେରା, ହେମନ୍ତ କୁମାର ଜେନା, ଶରତ ଦାସ ଓ ଜଗଦିଶ ପ୍ରସାଦ ପଶାୟତ ଯୋଗ ଦେଇଥିଲେ।ରାମଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କମ୍ୟୁନିଟି ସେଣ୍ଟରର ପ୍ରାକ୍ତନ ସଭାପତି ବିରେନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଯୋଗ କେନ୍ଦ୍ରର ସଞ୍ଚାଳିକା ରଞ୍ଜିତା ପାଣିଗ୍ରାହୀ ଓ କଳ୍ପନା କୁମ୍ଭାରଙ୍କ ପ୍ରୟାସ ଯୋଗେ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ପତଞ୍ଜଳି ଯୋଗ ସମିତିର ସୁନ୍ଦରଗଡ ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ରାଉରକେଲା ରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ ସଂଘର୍ଷ ନୀୟୁଜ ।