ସେକ୍ଟର ୧୫ ସିଟି ମାର୍କେଟ କମିଟି ଆସୋସିଏସନ୍ ମାର୍କେଟର ପ୍ରଗତି ପାଇଁ ଏକଜୁଟ

16

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : – ସେକ୍ଟର ୧୫ ସିଟି ମାର୍କେଟ କମିଟି ଆସୋସିଏସନ୍ ଦୋକାନୀ ମାନେ ମାର୍କେଟ କୁ ସଫା ସୁତୁରା ରଖିବା ପାଇଁ ଦଷ୍ଟବିନ ପାଇଁ,ଲାଇଟ୍ କାମ ହେଉଥିବାରୁ ଅଧିକା ଲାଇଟ୍ ପାଇଁ,ଗଛ କାଟିବା ପାଇଁ ଷ୍ଟେଟ ଅଫିସ ରେ ଲିଖିତ ଅଭିଯୋଗ ଦେବା ସହ ତା ସାଙ୍ଗରେ କିଛି ଅସାମାଜିକ ଲୋକ ଯୋଗୁ ମାର୍କେଟ ର ପରିବେଶ ଖରାପ ହଉଥିବାରୁ ଏସପି ଅଫିସ ରେ ମଧ୍ୟ ଲିଖିତ ଅଭିଯୋଗ ଦେଇଛନ୍ତି। ଦୋକାନୀ ମାନଙ୍କର ଦାବି ମାର୍କେଟ କମ୍ପ୍ଲେକ୍ସ ରେ ମଦ ପିଇବା ପାଇଁ ସବୁ ଆଡ୍ଡା ବନ୍ଦ କରାଯାଉ,ସବୁ ଜାଗା ପରିଷ୍କାର କରାଯାଉ, ଲାଇଟିଂ ବଢ଼ାଯାଉ ଏହି ସବୁ ଦାବି ଅଛି। ମାର୍କେଟ ପ୍ରେସିଡେଣ୍ଟ ଅମିତ୍ ମାଇତି ମହାନ୍ତି,ସେକ୍ରେଟାରୀ ଏମଡି ରଫିକ୍ ଖାନ୍, ଭାଇସ ପ୍ରେସିଡେଣ୍ଟ ବିରୁ ମହାପାତ୍ର, ସାଧାରଣ ସମ୍ପାଦକ ରମେଶ ପଲାଇ କ୍ୟାସିଅର ଜୟନ୍ତ ଦାସ ଓ ସମସ୍ତ କମିଟି ସଦସ୍ୟ ମାନଙ୍କ ସହ ସହଯୋଗ କରିଥିବା ଶାଗରିକା ୱେଲଫେୟାର ଟ୍ରଷ୍ଟ ର ପ୍ରେସିଡେଣ୍ଟ ଜୟନ୍ତୀ ଦାସ,ହ୍ୟୁମାନ ରାଇଟସ୍ ର ପ୍ରେସିଡେଣ୍ଟ ସୁଭଦ୍ରା ପ୍ରଧାନ ,ଫିଲ୍ମ କ୍ଲବର ପ୍ରେସିଡେଣ୍ଟ ହୃଷୀକେଶ ମହାପାତ୍ର,ଗଜଲକ୍ଷ୍ମୀ ମାର୍କେଟ ପ୍ରେସିଡେଣ୍ଟ ପ୍ରିୟବ୍ରତ ଭଞ୍ଜ ଙ୍କ ସହ ସମସ୍ତ ଟିମ୍ ର ସଦସ୍ୟ ମାନେ ସହଯୋଗ କରିଥିବାରୁ ଧନ୍ୟବାଦ ଦିଆଯାଇଛି ମାର୍କେଟ କମିଟି ତରଫରୁ। ରାଉରକେଲାରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଙ୍ଘର୍ଷ ନ୍ଯୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More