ରାଉରକେଲା (ସଂଘର୍ଷ ମିଡିଆ ) : ରାଉରକେଲା ସହରର ସେକ୍ଟର-୧୫ ରାଧାକୃଷ୍ଣ ମନ୍ଦିର ପରିସରରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ଓ ଶ୍ରୀଗଣେଶ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସମାପନ ହୋଇଯାଇଛି । ଉତ୍ସବର ଶେଷ ଦିନରେ ମୁଖ୍ୟ ପୂଜକ ଅକ୍ଷୟ ମିଶ୍ରଙ୍କ ନେତୃତ୍ବରେ ସୂର୍ଯ୍ୟପୂଜା, ଗୋ-ପୂଜା, ମଙ୍ଗଳା ପୁଜା ସହିତ ଠାକୁରମାନଙ୍କର ପ୍ରାଣ ପ୍ରତିଷ୍ଠା ଆଦି ହୋଇଥିଲା। ଶେଷ ଦିନରେ ପୂର୍ବରୁ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି ସହିତ ଉତ୍ସବର ସମାପନ ହୋଇଛି। ଏହି ଅବସରରେ ଶହ ଶହ ଶ୍ରଦ୍ଧାଲୁ ନବ ନିର୍ମିତ ମନ୍ଦିର ଦର୍ଶନ କରିବା ସହିତ ପୂର୍ଣାହୁତିରେ ସାମିଲ ହୋଇଥିଲେ। କାର୍ଜ୍ୟକ୍ରମ ଶେଷରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ରାଧାକୃଷ୍ଣ ସେବା ସମିତିର ଅଧ୍ୟକ୍ଷ ହରିହର ରାଉତରାୟ ଓ ସଭାପତି ପ୍ରମୋଦ କୁମାର ରାଜଙ୍କ ତତ୍ତ୍ବାବଧାନରେ ସମ୍ପନ୍ନ ହୋଇଥିଲା। କାର୍ଜ୍ୟକ୍ରମର ଶେଷ ପର୍ଯ୍ୟାୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିଲ୍ଲୀପ ରାୟ ଓ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ପ୍ରମୁଖ ପହଞ୍ଚି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ମନ୍ଦିର ପରିଚାଚାଳନା ସମିତିର ସଦସ୍ୟମାନଙ୍କ ଦ୍ବାରା ସୁରୁଖୁରୁରେ ସମ୍ପନ୍ନ ହୋଇଛି। ସୂଚନା ମୁତାବକ ନବ ନିର୍ମିତ ଶ୍ରୀରାମଙ୍କ ମନ୍ଦିରରେ ଶ୍ରୀରାମ ଓ ମାତା ସୀତାଙ୍କ ସମେତ ଲକ୍ଷ୍ମଣଙ୍କ ମୂର୍ତ୍ତି ଓ ଅନ୍ୟାନ୍ୟ ପାର୍ଶ୍ବଦେବା ଦେବୀଙ୍କ ମୂର୍ତ୍ତି ବେଶ୍ ଆକର୍ଷଣୀୟ ହୋଇଛି। ନବ ନିର୍ମିତ ମନ୍ଦିରର ପୂଜକଭାବେ ଶ୍ରୀରାଧାକୃଷ୍ଣ ସେବା ସମିତିର ଉପସଭାପତି ଗୁରୁଚରଣ ନନ୍ଦ ଦାୟିତ୍ବ ନେଇଛନ୍ତି। ଆସନ୍ତା ଦିନରେ ଏହି ନୂତନ ମନ୍ଦିର ରାଉରକେଲାର ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ହେବା ବୋଲି ଆଶା କରାଯଇଛି ।ରାଉରେଲାରୁ ସୁନ୍ଦଗଡ଼ ବ୍ୟୁରୋ ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।
Get real time updates directly on you device, subscribe now.
Prev Post
ବିଧାୟକ ତାରା ବାହିନୀପତି ଓ ପାପଡାହାଣ୍ଡି ବିଡ଼ିଓଙ୍କ ମଧ୍ୟରେ କଥା କଟାକଟି, ବିଧାୟକଙ୍କୁ କ୍ଷମା ମାଗିଲେ ବିଡ଼ିଓ
Next Post