ସୂଚନା କେନ୍ଦ୍ର ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଉତ୍କଳ ପ୍ରସଙ୍ଗ ବିକ୍ରି

11

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଶ୍ରୀଜୀଉ ମାନେ ଏବେ ଜନ୍ମ ବେଦୀରେ। ଗତକାଲି ଗୋଟି ପହଣ୍ଡିରେ ପ୍ରଭୁ ମାନେ ଆଡପ ମଣ୍ଡପରେ ପହଞ୍ଚି ଥିଲେ। ଆଜି ଠାରୁ ଆରମ୍ଭ ହୋଇଛି ଆଡପ ମଣ୍ଡପ ଦର୍ଶନ।ଗୁଣ୍ଡିଚା ମନ୍ଦିରରେ ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରସାଦ ଓ ଏହା ଶ୍ରୀ ଜୀଉ ମାନଙ୍କୁ ଲାଗୁ ହୋଇଛି। ଆଜି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆଡପ ମଣ୍ଡପର ପ୍ରଥମ ମହାପ୍ରସାଦ ପାଇଛନ୍ତି।ରଥଯାତ୍ରା ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗ ମଞ୍ଚ ସହ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ଅନ୍ୟାନ୍ୟ ଅସ୍ଥାୟୀ ସୂଚନା କେନ୍ଦ୍ରରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଛି।ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ଓ ପାରମ୍ପାରିକ କଳାର କଳାକାର ମାନେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ୧୧ ଗୋଟି ଅସ୍ଥାୟୀ ସୂଚନା କେନ୍ଦ୍ରରେ ଭଜନ, ପାଲା,ଦାସକାଠିଆ, ଘୋଡାନାଚ, ସଂକୀର୍ତ୍ତନ, ଧୁଡୁକୀ ଇତ୍ୟାଦି ପରିବେଷଣ କରୁଛନ୍ତି।ଏହି ଅସ୍ଥାୟୀ କେନ୍ଦ୍ର ଗୁଡିକ ହେଲା ମାଳତୀ ପାଟପୁର, ସିଂହଦ୍ଵାର,ଜଗନ୍ନାଥ ବଲ୍ଲଭ,ବଳଗଣ୍ଡି, ବଡଶଙ୍ଖ, ଶରଧାବାଲି, ସୁବାଷ ବୋଷ ଛକ,ଦିଗବାରେଣୀ, ପାନ୍ଥଭବନ,ରେଲୱେ ଷ୍ଟେସନ ଓ ତାଳବଣିଆ। ତତ୍ ସହିତ ଏହି ସମସ୍ତ ସୂଚନା କେନ୍ଦ୍ର ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ,ଜଣାଣ ପୁସ୍ତକ ବିକ୍ରୟ ର ବ୍ୟବସ୍ଥା ହୋଇଛି।ଜନସାଧାରଣଙ୍କ ସୁବିଧା ପାଇଁ ଗାଇଡ ପୁସ୍ତକ ମଧ୍ୟ ଯୋଗାଇ ଦିଆଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More