ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ନିଜର ନିର୍ବାଚନ ମଣ୍ଡଳୀବା ବୌଦ୍ଧ ଜିଲ୍ଲାକୁ ସୋମବାର ଦିନ ତାଙ୍କର ପ୍ରଥମ ଗ୍ରସ୍ତ ଥିବାରୁ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଶ୍ରୀ ଅମାତଙ୍କୁ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଦାୟିତ୍ବ ମଧ୍ୟ ମିଳିଥିବାରୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ପୁରୁଣା କଟକ ଠାରେ ସଂଘ ସମ୍ପାଦକ ଭାଗବତ ମେହେର, ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ସୁକାନ୍ତ ପଟ୍ଟନାୟକ, ସଭାପତି ପୂର୍ଣଚନ୍ଦ୍ର ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ବିଭାଗୀୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏପଟେ ଜଙ୍ଗଲଓ ପରିବେଶ ,ପଂଚାୟତ ରାଜ୍, ପାନୀୟ ଜଳଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ମିଳିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ଜିଲ୍ଲାର ପ୍ରଥମ ପ୍ରବେଶ ପଥ ବାଣୀଗୁଚ୍ଛା ଠାରେ ସ୍ୱାଗତ କାର୍ଯ୍ୟକ୍ରମ ପରେ,ମାଧପୁର, ଆଡେନିଗଡ଼, ଛାରିଚକ, ପୁରୁଣା କଟକ ଭୈରବୀ ମନ୍ଦିର କମିଟି, ବିଶ୍ୱାସବସୁ କନ୍ଧ ସମାଜ, ଏବଂ ସୁଦ ସମାଜ, ଲୁଣିବାହାଲ, ସାଂପଚ, ରାମଗଡ଼, ତିଳେଶ୍ୱର, ପିତାମ୍ବରପୁର, ବିରନରସିଂହପୁର ପଂଚାୟତ ପକ୍ଷରୁ ସ୍ୱାଗତ କରାଯାଇଥିଲା ।ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ହରଭଙ୍ଗା ବ୍ଲକର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ ଓ ବିଜେଡି ନେତା କର୍ମୀମାନେ ଯୋଗଦେଇଥିଲେ। ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l