ସୂଚନା ଆଇନର ହସ୍ତଗତ ତଥ୍ୟ, ହିନ୍ଦୋଳ ବନାଞ୍ଚଳରେ ଆଭେନ୍ୟୁ ପ୍ଲାଣ୍ଟେସନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

16

Get real time updates directly on you device, subscribe now.

ହିନ୍ଦୋଳ ( ସଂଘର୍ଷ ମିଡିଆ )- ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ଆଭେନ୍ୟୁ ପ୍ଲାଣ୍ଟେସନ ଯୋଜନାରେ ବିଗତ 2018 -2019 ଆର୍ଥିକ ବର୍ଷରେ ଏହି ବନାଞ୍ଚଳରେ କେଉଁ କେଉଁ ସ୍ଥାନରେ ଆଭେନ୍ୟୁ ପ୍ଲାଣ୍ଟେସନରେ କେତେ ଟଙ୍କା ବ୍ୟୟ ଅଟକଳ କରା ଯାଇଛି, ତଥ୍ୟ ସୂଚନା ଆଇନରେ ଆବେଦନ କରାଯାଇଥିଲା, ଏବଂ ଏଠି ପାଇଁ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି, ତଥ୍ୟ ସୂଚନା ଆଇନରେ ଆବେଦନ କରାଯାଇଥିଲା, ପାଞ୍ଚମାଇଲ ଛକ ନୂଆବଗ ପର୍ଯ୍ୟନ୍ତ ବୃକ୍ଷ ରୂପଣ କରାଯାଇଛି, ନୂଆବଗ ଠାରୁ ବାହାଲୁଣ୍ଡା ପର୍ଯ୍ୟନ୍ତ ରାସ୍ତା ପାଖରେ ଗଛ ନାହିଁ କି ଗୁରୁଡ଼ା ନାହିଁ, 25.09.2020 ରିଖରେ ଚିଠି no 1213 ରେ ହସ୍ତ ଗତ ତଥ୍ୟରୁ ପାଞ୍ଚ ମାଇଲ ବିଟ ଠାରୁ ନୂଆବଗ ଗ୍ରାମ ଦେଇ ବାହାଲୁଣ୍ଡା ଛକ ପର୍ଯ୍ୟନ୍ତ ଏହି ଯୋଜନାରେ ବୃକ୍ଷ ରୂପଣ ପାଇଁ 4 ଲକ୍ଷ 75 ହଜାର 900 ଟଙ୍କା ଅଟକଳ କରାଯାଇ ଥିବା ଉଲେଖ ରହିଛି, ପ୍ରକୃତ ପକ୍ଷେ ବୃକ୍ଷ ରୂପଣ କାର୍ଯ୍ୟ ପାଇଁ ପାଞ୍ଚମାଇଲ ଛକ ଠାରୁ ଏକ ପାର୍ଶ୍ୱ ପର୍ଯ୍ୟନ୍ତ କରା ଯାଇଛି,ମାତ୍ର ତା ପର ଠାରୁ ବାହା ଲୁଣ୍ଡା ପର୍ଯ୍ୟନ୍ତ ଗୋଟିଏ ହେଲେ ଗଛ ର ଚି଼ହ୍ନ ବର୍ଣ୍ଣ ନାହିଁ, କି ଏଠି ପାଇଁ ଗୁରୁଡ଼ା ମଧ୍ୟ କରା ଯାଇ ନାହିଁ, ସ୍ଥାନେ ସ୍ଥାନେ ଗୋଟିଏ ଦୁଇଟି ପୁରୁଣା ଛାଖୁଣ୍ଡା ବୃକ୍ଷ ରହିଛି, ଏଥିରୁ ସ୍ପର୍ଶ ପ୍ରମାଣିତ ଯେ ଅଟକଳ ଅର୍ଥ ମଧ୍ୟରୁ ତିନି ଭାଗ ଅର୍ଥ ଚଳୁ କରାଯାଇଛି, ଏଠି ଯୋଜନାର ସଫଳତା କେତେ ଆଗେଇଛି, ସହଜରେ ବୁଝା ପଡୁଛି, ଯୋଜନାର କାର୍ଯ୍ୟ କାରିତା ଅଫିସ ଫାଇଲ ମଧ୍ୟରେ ଦୃଷ୍ଟି ଆଢୁଆଳରେ ରହିଯାଇ ଥିବାରୁ ଏହାର ତଦନ୍ତ ହେଲେ ପ୍ରକୃତ ତଥ୍ୟ ପରଦା ଫାସ ହେଇ ପାରନ୍ତା ଦାବି ହେଉଛି । ଏ ସଂକ୍ରାନ୍ତରେ ଆମ ପ୍ରତିନିଧି ରେଞ୍ଜ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାରେ ମନା କରିଥିଲେ। ଢେଙ୍କାନାଳ ହିନ୍ଦୋଳରୁ ସୁଜିତ କୁମାର ବେହେରାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More