ରାଉରକେଲା(ସଂଘର୍ଷ ମିଡିଆ) : ଆଜି ଆସିଷ୍ଟାଣ୍ଟ ସବ କଲେକ୍ଟର ସୁସ୍ମିତା ମିଞ୍ଜ ଙ୍କ ମୃତ୍ୟୁ କୁ ପୁରିଲା ୨୫ ଦିନ, ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଏକ ଆତ୍ମହତ୍ୟା ବୋଲି କୁହାଯାଇଛି I ଏନେଇ ଆଜି ରାଉରକେଲା ସ୍ତିତ ପାନ୍ଥନିବାସ ଠାରେ ଝାରଖଣ୍ଡ ମୁକ୍ତି ମୋର୍ଚା ତରଫାସରୁ ଏକ ପ୍ରେସ ମିଟ କରାଯାଇଥିଲା I ଏଥିରେ JMM ର state secretary ଲେଥା ତିର୍କିଙ୍କ ନେତୃତ୍ୱରେ ସମିଳନୀ ଟି ଅନୁଷ୍ଠିତ ହୋଇଥିଲା I ଉକ୍ତ ସମିଳନୀରେ ସସ୍ମିତା ମିଞ୍ଜଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ସ୍ଥାନୀୟ ପ୍ରଶାସନ ତରଫରୁ ସଠିକ ଭାବରେ ତଦନ୍ତ ନହେବା ଉପରେ JMM ତରଫରୁ ପ୍ରଶ୍ନ ଉଠାଯାଇଥିଲା, JMM ତରଫରୁ ସରକାର ଏବଂ ପ୍ରଶାସନ କୁ ଗଣମାଧ୍ୟମ ଜରିଆରେ ୫ ଟି ପ୍ରଶ୍ନ ପଚରାଯାଇଥିଲା ଯଥା ସୁସ୍ମିତା ମିଞ୍ଜଙ୍କ ପରିବାର ଲୋକ ଦେଇଥିବା FIRରେ ଏହା ଏକ ଯୋଜନାବଦ୍ଧ ହତ୍ୟା ଏବଂ ୫ ଜଣଙ୍କ ନାମ ଉଲେଖ୍ୟ ଥିବା ବେଳେ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜକରିଛି ।