ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା, ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାଯତ ଠାରେ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା” ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ରେ ଅନୁପ୍ରାଣିତ ହୋଇ ଓଡିଶା ରାଜ୍ୟ ବିଜେଡି ଯୁବ ଉପସଭାପତି ଇଂ. ରୁପେଶ ପାଣିଗ୍ରାହୀ “ହାଇଟେକ ମେଡ଼ିକାଲ” ଅଧକ୍ଷ ଡଃ. ତିରୁପତି ପାଣିଗ୍ରାହୀଙ୍କ ଆଦେଶ କ୍ରମେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଅଛନ୍ତି । ଏଥିରେ ୨୦ ଜଣିଆ ଡ଼ାକ୍ତର ଟିମକୁ ଲୋକଙ୍କ ଚିକିତ୍ସା ପାଇଁ ଯୋଗାଇଦିଆ ଯାଇଥିଲା । ଏହି ଶିବିର ରେ ଔଷଧ, ଗଳା ଆଖି କର୍ଣ୍ଣ ENT, ଚର୍ମ ରୋଗ, ଅସ୍ଥି ଶଲ୍ୟ, ଦନ୍ତ, ଫିଜିଓ ଥେରାପି, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି ଇତ୍ୟାଦି ବିଭାଗର ବିଶେଷଜ୍ଞ ଚିକିତ୍ସା ସୁବିଧା ଯୋଗାଇ ଥିଲେ । ଏହି ଶିବିରକୁ କାର୍ଯ୍ୟକାରୀ କରିବା ତଥା ନିରୀକ୍ଷଣ କରିବା ପାଇଁ ଇଂ.ରୂପେଶ ପାଣିଗ୍ରାହୀ ନିଜେ ସେଠାରେ ଉପସ୍ଥିତ ରହିଥିଲେ । ତାଙ୍କସହ ଉପ ସଭାପତି ଏସ. ଗଜପତି ରାଓ ବି. ବାଲରାଜୁ ସେଠାକାର ସ୍ଥାନୀୟ ବାସିନ୍ଦା ଏହିପରି ଜନସେବା, ଜନହିତକର କାର୍ଯ୍ୟରେ ଖୁସି ହୋଇ ଇଂ. ରୂପେଶ ପାଣିଗ୍ରାହୀଙ୍କ ଖୁବ୍ ପ୍ରଶଂସା କରିବା ସହ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟରେ ସହଯୋଗର ହାତ ବଢ଼ାଇ ଥିଲେ।