ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ଅନ୍ତର୍ଗତ ଶୁଲିଆ ଗ୍ରାମର ରାଧାକୃଷ୍ଣ ମନ୍ଦିର ପାଖରେ ଥିବା କୁଞ୍ଜ ଘର ଠାରେ ଆଜି ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି l ଗ୍ରାମର ମହିଳା ମାନଙ୍କ ଦ୍ବାରା ଆଜି ସକାଳୁ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ନିକଟସ୍ଥ ପୋଖରୀ ରେ ପୂଜାର୍ଚ୍ଚନା ପରେ ମହିଳାମାନେ ଜଳପୂର୍ଣ୍ଣ କଳସ ମୁଣ୍ତରେ ଧରି ନଗର କୀର୍ତ୍ତନ ସହ ଶୋଭାଯାତ୍ରାରେ ଯାଇ ଯଜ୍ଞ ମଣ୍ଡପ ଠାରେ ସ୍ଥାପନ କରିଥିଲେ l ଏଥିରେ ସଦାନନ୍ଦ ପ୍ରଧାନ ପତ୍ନୀ ତପସ୍ଵିନୀ ପ୍ରଧାନ କର୍ତ୍ତା ଦାୟୀତ୍ବ ତୁଲାଇ ଥିଲେ lପୂଜକ ଭାବେ ବନମାଳୀ ପ୍ରହରାଜ ପୂଜା ଦାୟିତ୍ୱ ତୁଲାଇଥିଲେ l ଗତ କାଲି ଅଧିବାସ ହୋଇଥିବାବେଳେ ଆଜି ଠାରୁ ନମଯଜ୍ଞ ଆରମ୍ଭ ହୋଇଯାଇଛି l କଳସ ଶୋଭାଯାତ୍ରା ଓ ଅଷ୍ଟପ୍ରହରି ନାମ ନମଯଜ୍ଞ ରେ ଗ୍ରାମ ର ମୁଖ୍ୟ ତଥା ପୂର୍ବତନ ସରପଂଚ ରମଣୀ ରଞ୍ଜନ ପ୍ରଧାନ , ସରକାରୀ ଓକିଲ ରାଧାବଲ୍ଲଭ ପ୍ରଧାନ , ପୂର୍ବତନ ଜିଲ୍ଲପରିଷଦ ସଭ୍ୟ| ମମତା ପ୍ରଧାନ, ଓ ରାଧାକୃଷ୍ଣ ବୋଲବମ୍ କମିଟି ର ସଦସ୍ୟ ମାନଙ୍କ ନେତୃତ୍ଵ ରେ ଅଷ୍ଟପ୍ରହରୀ ନମଯଜ୍ଞ ଆରମ୍ଭ ହୋଇଯାଇଛି l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।