ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୫ ଆହତ

10

Get real time updates directly on you device, subscribe now.

ନାଗପୁର ( ଏଜେନ୍ସି ) : ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସୁରତରୁ ଗଞ୍ଜାମ ଆସୁଥିବା ଅମ୍ବିକା ନାମକ ବସଟି ନାଗପୁର-ଅମରାବତୀ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ଏହି ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ବସଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୫ ଜଣ ପ୍ରବାସୀ ଓଡିଆ ଆହତ ହେବାସହ ବସର ଡ୍ରାଇଭର ଏବଂ ଜଣେ ସଫେଇ କର୍ମଚାରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଅବରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More