ବାଲିଗୁଡା ( ସଂଘର୍ଷ ମିଡିଆ ) : ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ପୁଣି ଏକ ବସ୍ କଳିଙ୍ଗାଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନାମିଳିଛି । ଏହି ବସଟି ଗୁଜରାଟର ସୁରତରୁ ଗଞ୍ଜାମ ଜିଲା ଅଭିମୁଖେ ଯାଉଥିଲା । ବସଟି କଳିଙ୍ଗାଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡିନଥିଲେ ମଧ୍ୟ ଘଟଣାସ୍ଥଳରେ ଜି.ଉଦୟଗିରି ପୁଲିସ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି । ବସରେ ଥିବା ସମସ୍ତ ଯାତ୍ରୀ ସୋରଡା ଅଞ୍ଚଳର ବୋଲି ସୂଚନା ମିଳିଛି ।