କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ପହଞ୍ଚି ବିଦ୍ଯାଳୟରେ ଆସନ୍ନ ବିପଦ ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ କେମିତି ନିଜକୁ ତଥା ଉପସ୍ଥିତ ସମସ୍ତଙ୍କୁ ବିପଦରୁ ରକ୍ଷା କରି ପାରିବେ ସେ ନେଇ ପ୍ରଶିକ୍ଷଣ ଦେଇଛନ୍ତି । ବିଶେଷ କରି ବିଦ୍ୟାଳୟରେ ରୋଷେଇ ସମୟରେ ଗ୍ଯାସ ସମ୍ବନ୍ଧୀୟ ଦୃର୍ଘଟଣା ଘଟିଲେ କିଭଳି ଅତି ସହଜରେ ଏହି ବିପଦକୁ ଟାଳି ହେବ ସେ ସବୁର ଡେମୋ ଦେଖାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ । ପ୍ରଧାନ ଶିକ୍ଷକ ମାନେ ପ୍ରଶିକ୍ଷଣ ନେଇ ଯିବା ପରେ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦେବେ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ।