କଳାହାଣ୍ଡି(ସଂଘର୍ଷ ମିଡିଆ ) : ସାରା ରାଜ୍ୟ ଓ ବିଶ୍ବରେ କରୋନା ଭୁତାଣୁ ତାର କରାଳ ରୂପ ଦେଖାଉ ଥିବା ବେଳେ ଓଡିଶା ସରକାର କେତେକ କ୍ଷେତ୍ରରେ ଆଂଶିକ ପରିମାଣରେ କରୋଣା କଟକଣା ନିୟମ ହଟାଇଛନ୍ତି l କିନ୍ତୁ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୁଲମ୍ ଖୋଲା କରୋଣା କଟକଣା ନିୟମକୁ ଅବମାନନା କରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡ଼ବରା ଛକ ସ୍ଥିତ ଏକ ଘରୋଇ ” ସୁବାସ କମ୍ପ୍ୟୁଟର ତାଲିମ ସେଣ୍ଟରରେ l ସ୍ଵାଧିନତା ଦିବସକୁ ପାଳନ କରିବା ପାଇଁ ସରକାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅତି କମ୍ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଅନୁମତି ଦେଇଥିବା ବେଳେ ଆଜି ସୁବାସ କମ୍ପ୍ୟୁଟର ତାଲିମ ସେଣ୍ଟରର ବହୁତ ଛାତ୍ରଛାତ୍ରୀଙ୍କ ସମାଗମରେ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି l ରାଜ ରାସ୍ତା ଉପରେ ମାତ୍ରାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମକ୍ ଡ୍ରିଲ ସହ କରୋନା ନିୟମକୁ ସମ୍ପୂର୍ଣ୍ଣ ବେଖାତିର କରି ସ୍ଵାଧିନତା ଦିବସ ପାଳନ କରିବା କେତେ ଯୁକ୍ତିଯୁକ୍ତ ଅଟେ ବୋଲି ଏହି ଅଞ୍ଚଳରେ ବହୁତ ଚର୍ଚ୍ଚାର ବିଷୟ ହୋଇଅଛି । ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲ ଫୋନ୍ ରୁ ଅନ୍ୟ ଫୋନ୍ କୁ ଘୁରି ବୁଲୁଅଛି l ଦେଖା ଯାଉ ଏହି କମ୍ପୁଟର ସେଣ୍ଟର ମାଲିକ ଉପରେ ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା l