ସୁବର୍ଣ୍ଣlଶ୍ରୀ ପାଳନ କଲା ବିଶ୍ୱ ସେରିବ୍ରାଲ ପାଲସି ଡେ

14

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) :- ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଏସ ଏମ -ଇ ବିଭାଗ, ରେଡ କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓରମାସ, ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗ ର ପୂର୍ଣ୍ଣ ସହଯୋଗ ରେ ଜ଼ିଲ୍ଲା ର ଅଗ୍ରଣୀ ଉତ୍ପାଦକ କମ୍ପାନୀ “ସୁବର୍ଣାଶ୍ରୀ ” ସୋନପୁର ନୂତନ ଟାଉନ ହଲ, ଠାରେ ବିଶ୍ୱ ସେରିବ୍ରାଲ ପାଲସି ଡେ ୨୦୨୨ ପାଳନ କରିଛି l ଉକ୍ତ ଅବସର ରେ “ସୁଗମ ସହଜ” ନାମରେ ଏକ ଅଭିନଵ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି, ଯାହା ମାଧ୍ୟମରେ ଜ଼ିଲ୍ଲା ସ୍ତରରେ ଯେତେ ସିପି ରେ ପୀଡିତ ଶିଶୁ ମାନଙ୍କୁ ବର୍ଷ ତମାମ ଅତ୍ୟାଧୁନିକ ୟୁନିଫର୍ମ ଯୋଗାଇ ଦିଆଯିବ l ଉକ୍ତ ଅବସରରେ ରାଜ୍ୟ ର ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହିତ ଜ଼ିଲ୍ଲା ପ୍ରଶାସନର ସମାଜ ପ୍ରତି ଉଦାରତା ଏବଂ ଅଭିନଵ ପଦକ୍ଷେପ ସବୁ ପାଇଁ ପ୍ରଶଂସା କରିଥିଲେ l ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ( ଆଇ ଏ ଏସ ) ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି କାର୍ଯ୍ୟ ପ୍ରକଳ୍ପର ଉପାଦେୟତା ଓ ଆବଶ୍ୟକତା ଉପରେ କହିବା ସହିତ ପ୍ରଶାସନିକ ବିଭାଗ ସବୁର ମିଳିତ ଉଦ୍ୟମ ରେ ହୋଇଥିବା ଉକ୍ତ ପ୍ରୟାସ ପାଇଁ ଭୁରି ଭୁରି ପ୍ରଶଂସା କରିଥିଲେ l ଏହି ଅବସର ରେ ସୁବର୍ଣ୍ଣପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜ଼ିଲ୍ଲାପାଳ ଡ଼ଃ, ଈପସିତା ପ୍ରିୟଦର୍ଶନୀ ମିଶ୍ର, ଗୋଷ୍ଠି ଉନ୍ନୟନ ଅଧିକାରୀ, ସୋନପୁର ଏବଂ ଡୁଙ୍ଗୁରିପାଲି, ବିନିକା, ଉଲୁଣ୍ଡା,ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ,ସାମାଜିକ ସୁରକ୍ଷା ଅଧିକାରୀ,ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ମୁଖ୍ୟ ଚିକିତ୍ସା ଅଧିକାରୀ, ମୁଖ୍ୟ ଶିକ୍ଷାଧିଶ ସୁବର୍ଣ୍ଣପୁର, ଜ଼ିଲ୍ଲା ଓରମାସ ଅଧିକାରୀ ଯୁବରାଜ ସାହୁ, ତଥା ସୁବର୍ଣାଶ୍ରୀର ମେନେଜିଙ୍ଗ ଡ଼ାଇରେକ୍ଟର ଏବଂ ବୋର୍ଡ ସଭ୍ୟା ମାନେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ବଳିଷ୍ଟ ଉଦ୍ୟମ ତଥା ସହଯୋଗ ରେ ଉକ୍ତ ଆୟୋଜନ ସଫଳ ହୋଇ ପାରିଛି l ସେରିବ୍ରାଲ ପାଲସି ଏକ ଅଭିଶପ୍ତ ରୋଗ ଯାହା ଦ୍ୱାରା ଶିଶୁର ମାନସିକ ବିକାଶ ହୁଏ ନାହିଁ, ସେମାନେ ଭ୍ରମ୍ୟମାଣ ଚେୟାର ମାଧ୍ୟମରେ ପରିଚାଳିତ ହୁଅନ୍ତି l ସୁବର୍ଣ୍ଣପୁରରେ ୫୬ ଜଣ ସିପି ଶିଶୁଙ୍କୁ ଚି଼ହ୍ନଟ କଲା ପରେ ଜ଼ିଲ୍ଲା ପ୍ରଶାସନ ଓ ନିଫ୍ଟ, ଭୁବନେଶ୍ୱରର ଜଣେ ଡିଜାଇନର ସ୍ରିଷ୍ଟି ସୁମନଙ୍କ ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ଧରଣର ୟୁନିଫର୍ମ ତିଆରି କରିବାରେ ସଫଳ ହେଲେ, ଯାହାକି ଭ୍ରlମ୍ୟମାଣ ଚେୟାରରେ ବସିଥିବା ସମୟରେ ଶିଶୁଙ୍କୁ ପିନ୍ଧା ଯାଇ ପାରିବ l ଉକ୍ତ ଶିଶୁ ମାନଙ୍କ ପାଇଁ ଜ଼ିଲ୍ଲା ପ୍ରଶାସନ ସୁବର୍ଣାଶ୍ରୀ ମାଧ୍ୟମ ରେ ସୁଗମ ସହଜ ନାମକ ଉକ୍ତ ଯୋଜନା ଲାଗୁ ଫଳରେ ଏହା ବର୍ଷ ତମାମ ସିପି ଶିଶୁ ମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ୟୁନିଫର୍ମ ସୁଲଭ ଦର ରେ ଉପଲବ୍ଧ ହୋଇପାରିବ l ଆଜି ଜିଲ୍ଲାର ସିପି ପୀଡିତଙ୍କୁ ଅତିଥି ବୃନ୍ଦ ଏହି ସ୍ୱତନ୍ତ୍ର ପୋଷାକ ସହ ଖେଳନା ତଥା ରେଡ଼କ୍ରସ ତରଫରୁ କିଟ ପ୍ରଦାନ କରିଥିଲେ । ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More