ସୁବର୍ଣ୍ଣପୁର ଶୋଭା କେୟାର ହସ୍ପିଟାଲରେ ରକ୍ତ ଦାନ ଶିବିର ଅନୁଷ୍ଠିତ

11

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଆଜି ସୋନପୁର ଶୋଭା କେୟାର ହସ୍ପିଟାଲ ଓ ମହାନଦୀ ଧାରା ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି l ଏହି ଶିବିରକୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସପି ଶ୍ରୀ ଅମରେଶ ପଣ୍ଡା ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଆୟୋଜକ ଓ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ l ଆଗାମୀ ଦିନ ରେ ଅଧିକ ନୂତନ ରକ୍ତ ଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଓ ଏହି ଅନୁଷ୍ଠାନ ରେ ରୋଗୀ ଙ୍କୁ ଉତ୍ତମ ବ୍ୟବହାର ସହିତ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ପରାମର୍ଶ କରିଥିଲେ l ଶୋଭା କେୟାର ର ନୂତନ ପରିଚାଳକ ଡା. ଆକାଶ ଆଗ୍ରୱାଲ, ସୁବାଷ ଚରଣ ପଣ୍ଡା, ସଞ୍ଜୟ ବଡ଼ପଣ୍ଡା ଓ ମହାନଦୀ ଧାରାର ଡାଇରେକ୍ଟର ପ୍ଲାବନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର ଏହି ଶିବିର ପରିଚାଳନା କରାଯାଇଥିବା ବେଳେ ଶିବିରରେ ସହରର ଅନେକ ସ୍ବେଛାସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ l ସୋନପୁର ବ୍ଲଡ଼ ବ୍ୟାଙ୍କ ର ଟେକନିସିଆନ ଟ୍ୱିଟୁ ଭୋଇ, ଜଗତ ଦରୱାନ, ଯୁଧିଷ୍ଠିର ନାଏକ ଙ୍କ ସମେତ ରକ୍ତ ଦାତା ସଂଘ ର ଉଦ୍ୟୋକ୍ତl ମନୋଜ ପଣ୍ଡା, ସମାଜସେବୀ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ l ସମୁଦାୟ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More