ସୁବର୍ଣ୍ଣପୁର ମୁଖ୍ୟ ଚିକତ୍ସାଳୟ ଠାରେ ସ୍ୱଚ୍ଛତା ପକ୍ଷ ପାଳିତ

12

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟସମିତି ତରଫରୁ ସ୍ୱଚ୍ଛ ଭାରତ ସଂଗଠନ ର ମିଳିତ ସହଯୋଗ ରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି l ସକାଳ ୬ ଟା ରେ ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନସ୍ୱାସ୍ଥ୍ୟ ଅଧିକରୀ ଡା. ବିଶ୍ୱରଂଜନ ପତି ନିଜେ ଝାଡୁ ଧରି ଏହି ଅବସର ରେ ଏକ ସ୍ୱଛତା ଶିବିରକୁ ଉଦଘାଟନ କରି ସମସ୍ତ ଅଧିକାରୀ ଓ ସ୍ବେଛାସେବୀଙ୍କ ସହ ହସ୍ପିଟାଲ ପରିସରରେ ଏକ ମେଗା ସଫେଇ ଅଭିଯାନରେ ସାମିଲ ଥିଲେ l ପରେ ପରେ ହସ୍ପିଟାଲ ପରିସରରେ ସିଡିଏମ ଓ ଶ୍ରୀ ପତିଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଆମେ ନିଜ ଠୁଁ ପରିବର୍ତ୍ତନ ଆରମ୍ଭ କଲେ ଆମ ସମାଜକୁ ପରିବର୍ତ୍ତନ କରି ସମଗ୍ର ଦେଶକୁ ସ୍ୱଚ୍ଛ ସୁନ୍ଦର କରିବା ଓ ଏକ ସୁସ୍ଥ ବାତାବରଣ ତିଆରି କରିପାରବା ବୋଲି ମୁଖ୍ୟ ଅତିଥି ଶ୍ରୀ ପତି ମତ ରଖିଥିଲେ l ମୁଖ୍ୟ ଚିକିତ୍ସାଳୟ ଡା. ଦୁର୍ଗlଦତ୍ତ ଦାଶ, ଡ଼ି ପି ଏମ ଏନ ଏଚ ମ ବିଶ୍ୱମ୍ବର ବେହେରା, ହସ୍ପିଟାଲ ମ୍ୟାନେଜେର ଇପସିତା ପ୍ରିୟଦର୍ଶିନୀ, ଜି କେ ଏସ ମ୍ୟାନେଜେର ହିତେଶ ତ୍ରିପାଠୀ ସ୍ଵଛ ଭାରତ ସଂଘଠନ ସୋନପୁର ମନମୁଣ୍ଡାର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ଉପ -ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, କୋଡିନେଟର ମନୋରଞ୍ଜନ ତ୍ରିପାଠୀ, ବରିଷ୍ଠ ସଦସ୍ୟ ମନୋଜ ପଣ୍ଡା, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ଅବସର ରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ମେଡିକାଲର ବିଭିନ୍ନ ଅଧିକାରୀ, ସିନିଅର ସେବିକା ଙ୍କ ସହିତ ସ୍ୱଚ୍ଛ ଭାରତ ସଂଗଠନର ସମସ୍ତ କର୍ମକର୍ତ୍ତା ଏହି ସଭାରେ ଯୋଗ ଦେଇଥିଲେ l ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରି ଅତିଥି ସ୍ୱାଗତ କରିଥିବା ବେଳେ ଡିଇଓ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More