ସୁବର୍ଣ୍ଣପୁର ମଝିପଡ଼ା କାଳୀପୂଜାର ଉଦଯାପନୀ ଉତ୍ସବ ଅନୁଷ୍ଠିତ

14

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ମଝିପଡ଼ା କାଳୀପୂଜା ମହୋତ୍ସବ 2022 ର ଉଦଯାପନୀ ଉତ୍ସବରେ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓଡିଶା ସରକାର ଯୋଗ ଦେଇ ମହୋତ୍ସବର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ହିନ୍ଦୁ ମୁସଲିମ ଖ୍ରୀଷ୍ଟିୟାନ ବିଭିନ୍ନ ସମ୍ପ୍ରଦାୟ ର ସାମନ୍ୱୟ ରେ ଆୟୋଜନ କରାଯାଉଥିବା ଏହି ମହୋତ୍ସବ ଖୁବ ନିଆରା ବୋଲି ଆୟୋଜକଙ୍କୁ ପ୍ରଶଂସା କରି ଏବଂ ପୂଜାର ଏ ଭାଇଚାରା ପରମ୍ପରାକୁ ଆଗକୁ ଜାରି ରଖିବାକୁ ପ୍ରେରଣା ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ସଦର ପୈରପରିଷ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ସମାଜସେବୀ ଶ୍ରୀବ ତ୍ସ ମଲ୍ଲିକ, ଯୁବ ବିଜେଡି ନେତା ଅଶୋକ ନନ୍ଦ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷ ଝସ କେତନ ବଘାର, ଜ଼ିଲ୍ଲା ପରିଷଦ ସଭ୍ୟ ମଧୁ ସୁଦନ ଓତା, ପ୍ରାକ୍ତନ ପୌର ଅଧ୍ୟକ୍ଷ କଈରୁ ସ୍ୱାଇଁ, ଯୋଗ ଦେଇ କଳାକାର, ଆୟୋଜକ ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ସାଧାରଣ ଲୋକ ଙ୍କ ଅଧିକାର ଓ ସାମଗ୍ରିକ ବିକାଶ ଦିଗରେ ତୀକ୍ଷ୍ଣ ସ୍ବର ଓ କାର୍ଯ୍ୟ ଦକ୍ଷତା ପାଇଁ ମନ୍ତ୍ରୀ ଶ୍ରୀ ପୁଜାରୀ ଙ୍କୁ ପୂଜା କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଓଏଏସ ପାୟଲ ବାଗ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବା ପାଇଁ ଏଲ ପ୍ରେମନିଧି, ଯୋଗ ଗୁରୁ ତଥା ରକ୍ତ ଦାତା ଉଦ୍ୟୋକ୍ତl ମନୋଜ ପଣ୍ଡା, ସଫଳ ଅଭିନେତା କବି ପ୍ରଦ୍ୟୁମ୍ନ ସାହୁ, ସଂଗୀତ ନିର୍ଦେଶକ ଭାବେ ବିକାଶ ମିଶ୍ର, ପକ୍ଷୀ ଚିତ୍ରତ୍ତୋଳକ ଭାବେ ପିନାକୀ ପଣ୍ଡା, ପରିଚିତ କଣ୍ଠଶିଳ୍ପୀ ରୁକୁ ସୁନାଙ୍କୁ ଏବଂ ଦୁସ୍ଥ ଲୋକଙ୍କ ସେବା, ରକ୍ତଦାନ, ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ସେବା ସର୍ବୋପରି ବିଭିନ୍ନ କ୍ଷେତ୍ରରେ ସମାଜ ସେବା ପାଇଁ ବୁଢାରଜା ଯୁବ ସଂଗଠନକୁ ମନ୍ତ୍ରୀ ଶ୍ରୀ ପୁଜାରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଗତ ମାସ 23 ତାରିଖରୁ ମା କାଳୀଙ୍କ ପୂଜା୍ନୋତ୍ସବ ଆରମ୍ଭ କରାଯାଇ ପ୍ରତିଦିନ ସନ୍ଧ୍ୟା ଆଳତୀ ପରେ ଖିରି ପିଠା ସହିତ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ଭୋଗ ଭକ୍ତ ଶ୍ରଦ୍ଧାଳୁଙ୍କୁ ପ୍ରଦାନ କରାଯାଉଥିଲା ଏବଂ ସର୍ବ ଧର୍ମ ସମନ୍ୱୟ ରଖି ପୂଜା କରିବl ଯାହାକି ଏ ପୂଜାର ମୁଖ୍ୟ ଆକର୍ଷଣ 30 ତାରିଖରେ ସାମୁହିକ ସାହି ତଥା ସହରର ସମସ୍ତ ସାହି ଓ ଅନୁଷ୍ଠାନର ଲୋକଙ୍କୁ ନେଇ ଏକ ସାମୁହିକ ଭୋଜନର ଆୟୋଜନ କରାଯାଇଥିଲା ଯାହାକି ସମସ୍ତଙ୍କୁ ସାମିଲ କରି ଏ ଯାତ୍ରାକୁ ବ୍ୟାପକ ତଥା ରାଜ୍ୟ ସ୍ତରୀୟ ମହୋତ୍ସବ ପାଳନ ଏହାର ଲକ୍ଷ୍ୟ l 31 ତାରିଖ ରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା l ଏବଂ 1 ତାରିଖରୁ 6 ତାରିଖ ଯାଏ ଦଣ୍ଡ ନୃତ୍ୟ, ସୁନ୍ଦରାକାଣ୍ଡ, ପ୍ରବଚନ,ଭଜନ, ହିନ୍ଦୀ, ସମ୍ବଲପୁରୀ ମେଲୋଡି ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ପିୟୁଷ ପଣ୍ଡା, ବିକାଶ ପଣ୍ଡା ଙ୍କ ତତ୍ୱାବଧାନ ରେ ମନବୋଧ ଭୋଇ, ଗୁରୁ ଦଳାଇ, ସିକୁନ ନାଏକ, ଅଜିତ ବରିହା, ସୁମନ ମିଶ୍ର, ପୂଜା କମିଟି କମିଟିର ବରିଷ୍ଠ ସଦସ୍ୟ ଓ ସଭାପତି ସୁରଜ ସାହୁ, ଉପ ସଭାପତି ବୁବୁନ ନାଏକ, ସମ୍ପାଦକ ପୂରନ ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁଙ୍କ ସମେତ ପୂଜା ସାଂସ୍କୃତିକ କମିଟି ସଦସ୍ୟ ମାନସ ସେଠ, ହରି ସାହୁ, ସତ୍ୟ ଦରୱାନ, ଜଗବନ୍ଧୁ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ଶେଷଦେବ ମେହେର, ସନ୍ତୋଷ ପାଢ଼ୀ, ଦିଲ୍ଲୀପ ସାହୁ ପ୍ରମୁଖ ସମସ୍ତ ବରିଷ୍ଠ ଓ କନିଷ୍ଟ ସଦସ୍ୟ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ପ୍ରତ୍ୟୋକ ଦିନ ସନ୍ଧ୍ୟା ସାଂସ୍କୃତିକ ସଭା କୁ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଜ଼ିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଜ଼ିଲ୍ଲା ସଂସ୍କୃତି ବିଭାଗ, ସମସ୍ତ ମିଡ଼ିଆ, ଓ ସହରର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ସହଯୋଗ କରିଥିବାରୁ ସମସ୍ତଙ୍କୁ ପୂଜା କମିଟି ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More