ସୁବର୍ଣ୍ଣପୁର ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ୍ , ବ୍ୟାପକ ଯାଞ୍ଚ ତନଖି ଅଭିଯାନ ଆରମ୍ଭ

25

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଓଡିଶା ସରକାରଙ୍କ ବିଜ୍ଞପ୍ତି ସଂଖ୍ୟା ୧୪୯୧୪ ତା ୨୯.୧୦.୨୦୧୨ ରିଖ ଏକ ସ୍ପେଶାଲ ଡ୍ରାଇଭ୍ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ୦୧.୧୧.୨୦୨୨ ଠାରୁ ୩୦.୧୧.୨୦୨୨ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ ରୋକିବା ପାଇଁ ପରିବହନ ବିଭାଗ ଏବଂ ପୋଲିସ ବିଭାଗର ମିଳିତ ସହଭାଗିତାରେ ଏକ ବ୍ୟାପକ ଯାଞ୍ଚ ତନଖି ଅଭିଯାନ ଆରମ୍ଭ କରାଯାଇଛି । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ତରଫରୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସରଧାପାଲି ଛକଠାରେ ଗାଡି ଚାଳନା ସମୟରେ ଲାଇସେନ୍ସ ନଥାଇ ଓ ହେଲମେଟ ପରିଧାନ କରି ନଥିବା ୧୦ଟି ଦୁଇ ଚକିଆ ଯାନକୁ ଯାଞ୍ଚ କରି ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି । ତତ୍ପରେ କନିଷ୍ଠ ଯାନ ନିରୀକ୍ଷଣ ଅଧିକାରୀ ଶ୍ରୀ ଲୋକନାଥ ନାୟକ ହିକୁଡ଼ି ଛକ ଠାରେ ଗାଡି ଚାଳନା ସମୟରେ ଲାଇସେନ୍ସ ନଥାଇ, ହେଲମେଟ ପରିଧାନ କରି ନଥିବା ଓ ଗାଡି ଚାଳନା ସମୟରେ ମୋବାଇଲେ ଫୋନ ବ୍ୟବହାର କରୁଥିବା ୧୦ଟି ଦୁଇ ଚକିଆ ଯାନକୁ ଯାଞ୍ଚ କରି ଗାଡି ଗୁଡିକୁ ଜବତ କରିଛନ୍ତି ।ଏହି କାର୍ଯ୍ୟକ୍ରମ ମାସ ତମାମ ଚାଲୁ ରହିବ ବୋଲି ବିଭାଗୀୟ ଅଧକାରୀ ସୂଚନା ପ୍ରଦାନ କରିଛନ୍ତି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More