ସୁବର୍ଣ୍ଣପୁର ଠାରେ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ସାଧୁ ସନ୍ଥ ସମ୍ମିଳନୀ ଅନୁଷ୍ଠିତ

10

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ବିଶ୍ୱ ଶାନ୍ତି ମହାଯଜ୍ଞ ଅବସରରେ ଆଜି ପଶ୍ଚିମ ଓଡିଶାର ୩୦୦ରୁ ଊର୍ଧ୍ୱ ସାଧୁ ସନ୍ଥ ଓ ହଜାର ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ନେଇ ଏକ ନଗର ପରିକ୍ରମାରେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ସହରର ବିଭିନ୍ନ ଛକରେ ସହରର ଲୋକେ ସାଧୁ ସନ୍ଥ ମାନଙ୍କୁ ଭବ୍ୟ ସ୍ଵାଗତ କରିଥିବା ବେଳେ ଅନେକ ଜାଗାରେ ଜଳଛତ୍ରର ଆୟୋଜନ କରି ଥଣ୍ଡା ସର୍ବତ ପାନୀୟର ସୁବ୍ୟବସ୍ଥା କରାଯାଇଥିଲା l ଦୂର ଦୁରାନ୍ତରୁ ଆସିଥିବା ସାଧୁ ସନ୍ଥଙ୍କୁ ଦର୍ଶନ ଲାଗି ସହର ବାସୀ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ l ସେହିପରି ସୁବର୍ଣ୍ଣପୁରର ପବିତ୍ର ତ୍ରିବେଣୀ ସଙ୍ଗମ ସ୍ୱର୍ଣ୍ଣ ପ୍ରୟାଗ ପୀଠ ଠାରେ ଗତ କାଲି ବିଶ୍ୱ ଶାନ୍ତି ମହାଯଜ୍ଞ ସହ ପ୍ରାଦେଶିକ ସନ୍ଥ ସମ୍ମିଳନୀର ଓଁକାର ପର୍ବ ଆରମ୍ଭ ହୋଇଥିଲା l ସଂପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଶନିବାର ସକାଳେ ସଙ୍ଗମ ସ୍ଥଳ ରୁ ଶତାଧିକ ମହିଳାଙ୍କ ଦ୍ୱାରା ଜଳପୂର୍ଣ୍ଣ କଳସ ଅଣାଯାଇ ରାମେଶ୍ୱର ମନ୍ଦିର ପରିସରରେ ନିର୍ମିତ ଯଜ୍ଞସ୍ଥଳରେ ସ୍ଥାପନ ପରେ ପଞ୍ଚ କୁଣ୍ଡିୟ ଘୃତଯଜ୍ଞ ଆରମ୍ଭ ହୋଇଛି । ଏଥି ସହ ଉଭୟ ସନ୍ଧ୍ୟାରେ ଶ୍ରୀଭାଗବାନଙ୍କ କଥାମୃତକୁ ନେଇ ପ୍ରବାଚକ ମଣ୍ଡଳୀ ଦ୍ୱାରା ପ୍ରବଚନ ଓ ଭଜନ ଆୟୋଜିତ ହୋଇଛି । ଓଡିଶାର ବିଭିନ୍ନ ପ୍ରାନ୍ତ ଓ ପଡୋଶୀ ଛତିଶଗଡ଼ ଓ ପଶ୍ଚିମ ବଙ୍ଗରୁ ଆସିଥିବା ଶହ ଶହ ସାଧୁସନ୍ଥଙ୍କ ସମାଗମ ହୋଇଥିବା ବେଳେ ଆଜି ଏକ ଧର୍ମସଭାରେ ସାଧୁସନ୍ଥମାନେ “ବିଶ୍ୱ ସନାତନ ଧର୍ମ ଓ ଭାରତ” ଉପରେ ଚର୍ଚ୍ଚା ହୋଇଛି । ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ଧର୍ମୀୟ ସମାବେଶ ରବିବାର ରାତିରେ ସମାପନ ହୋଇଛି । ନୂଆଦିଲ୍ଲୀରୁ ସ୍ୱାମୀଜୀ ଅଶୋକ ତିୱାରୀ, ଡ଼, ରାଜ କୁମାର ବଡ଼ପଣ୍ଡl, ଅଶୋକ ଗାନ୍ଧୀ, ପୁରୀ ରୁ ସ୍ୱାମୀ ଜୀବନ ମୁକୁତା ନନ୍ଦ ପ୍ରମୁଖ ୩୦୦ରୁ ଊର୍ଧ୍ୱ ସାଧୁଙ୍କ ସମାଗମ ହୋଇଥିଲା l ସାଧୁ ସନ୍ଥ ସମିତି ସାଭପତି ମନୋଜ ଅଗ୍ରୱାଲl, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସୋନପୁର କଲେଜ ଏନ ସି ସି ଲେଫ୍ଟନାଣ୍ଟ ଆଶିଷ ଆଗ୍ରୱାଲ, ସଞ୍ଜୟ ମହାପାତ୍ର, ସ୍ୱରୂପ ପାତ୍ର, ମାରୱାଡି ଯୁବା ମଞ୍ଚ ସଭାପତି ଅମିତ ଅଗ୍ରୱାଲା, ସଭ୍ୟ ନନ୍ଦ ଲାଲ କମlଣୀ, ଆନନ୍ଦ ଭୁତ, ରଜତ ଆଗ୍ରୱାଲ, ଅଜିତ ଅଗ୍ରୱାଲ, ଅଭିଷେକ, କହେଁୟl, ସନ୍ତୋଷ ଅଗ୍ରୱାଲା, ମୀରାଦେବୀ, ରାମ ଚନ୍ଦ୍ର ଅଗ୍ରୱାଲ, ନାରାୟଣ ରଥ ପ୍ରମୁଖ ସମେତ ସହର ର ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନୀଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More