ସୁବର୍ଣ୍ଣପୁରରେ ବିଶ୍ବ ମିତବ୍ୟୟିତା ଦିବସ ପାଳିତ

16

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଠାରେ ବିଶ୍ବ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି ।ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ ପ୍ରବର୍ତ୍ତେଇ ଥାଏ ବୋଲି ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଆଜିର ବ୍ୟୟବହୁଳ ସମୟରେ ମିତବ୍ୟୟିତା ଅପରିହାର୍ୟ୍ଯ ହୋଇ ପଡିଥିବାବେଳେ ପ୍ରଚଳିତ ସ୍ବଳ୍ପ ସଂଚୟ ଯୋଜନାକୁ ନେଇ ଜନ ଜାଗରଣ ଉପରେ ଗୁରୁତ୍ବାରୋପ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଅଶ୍ବିନୀ କୁମାର ଭୋଇଙ୍କ ତତ୍ୱାବଧାନରେ ପରିଚାଳିତ ସଚେତନତା ଶୋଭାଯାତ୍ରା ତଥା ସଂଚୟ ରଥ ପରିକ୍ରମା କାର୍ଯ୍ୟକ୍ରମରେ ମହାରାଜ ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ, ସାହାରା ଟ୍ରଷ୍ଟ ହାଇସ୍କୁଲ ର ଏନ ସି ସି, ସ୍କାଉଟ, ଗାଇଡ଼,ଛାତ୍ରଛାତ୍ରୀଙ୍କ ଦ୍ବାରା ଦିବସ ଅବସରରେ ସଚେତନତା ରାଲି ସହର ପରିକ୍ରମା କରିଥିବା ବେଳେ ସଂଚୟ ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରି ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଜଣଜାଗରଣ ସୃଷ୍ଟି କରିବ l ଅନୁଷ୍ଠିତ ଶୋଭାଯାତ୍ରା ଓ ସଂଚୟ ରଥକୁ ମାନନୀୟ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସହର ସ୍ଥିତ ଆମ୍ବେଦକର ଛକ ଠାରେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ପୋଷ୍ଟାଲ ଏଜେଣ୍ଟ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ଜିଲ୍ଳା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦାନ କରିଥିଲେ l ବିଭଗୀୟ କର୍ମଚାରୀ ଦୁଃଖିଶ୍ୟାମ ସେଠୀ, ସଞ୍ଜୟ ବାରିକ, ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More