ସୁବର୍ଣ୍ଣପୁର ଜିଲ୍ଲା ମୂଖ୍ୟ ଚିିତ୍ସାଳୟରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

27

Get real time updates directly on you device, subscribe now.

ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ) : – ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜିଲ୍ଳାର ଖୋଦ୍ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବ୍ଲକ୍ ଡୁଙ୍ଗୁରିପାଲିର କପାସିରା ଗାଁର ସମ୍ରାଟ ପ୍ରଧାନ ତାଙ୍କର ଏକ ମାସର ଶିଶୁର ଦେହ ଅସୁସ୍ଥ ହେବାରୁ ଜିଲ୍ଲା ମୂଖ୍ୟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁର ଚିକିତ୍ସା ଆରମ୍ଭ କରିଥିବା ବେଳେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ୧ ଘଣ୍ଟା ପରେ ବୁର୍ଲା ବଡ ଡାକ୍ତରେଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେବାବେଳେ ଉଲୁଣ୍ଡା ପାଖରେ ଶିଶୁଟି ଅତ୍ୟନ୍ତ ଗୁରୁତର ଅବସ୍ଥାକୁ ଚାଲିଯିବା ଅନୁଭବ କରି ଉଲୁଣ୍ଡା ଡାକ୍ତରଖାନାରେ ଦେଖାଇବାରୁ ଦାୟିତ୍ୱରେ ଥିବା ଡ଼ାକ୍ତର ଶିଶୁକୁ ନା ଚିକିତ୍ସା କଲେ ନା ମୃତ ଘୋଷଣା କଲେ ବରଂ ପୁଣି ସୁବର୍ଣ୍ଣପୁର ଜିଲ୍ଲା ମୂଖ୍ୟ ଚିକିତ୍ସଳୟ କୁ ଫେରିଯିବା ପାଇଁ କହିଲେ। ପରିବାର ବର୍ଗ ଉଲୁଣ୍ଡାରୁ ପୁଣି ଜିଲ୍ଲା ମୂଖ୍ୟ ମୂଖ୍ୟ ଚିକିତ୍ସାଳୟ କୁ ଫେରାଇଆଣି ଦେଖାଇବାରୁ ଡାକ୍ତର ବିରକ୍ତି ପ୍ରକାଶ କରିବା ସହ ଶିଶୁଟିକୁ ମୃତ ଘୋଷଣା କରିବାକୁ ମଧ୍ଯ ମନା କରିଥିଲେ। ମୃତ ଶିଶୁଟିକୁ ଧରି ପରିବାର ବର୍ଗ ଦୀର୍ଘ ସମୟ ଧରି ଡାକ୍ତର ଓ ଅଧିକାରିଙ୍କୁ କାକୁତି ମିନତି ହୋଇଥିଲେ ସୁଦ୍ଧା କେହି ଶୁଣି ନ ଥିବା ଅଭିଯୋଗ କରିଛନ୍ତି ସମ୍ରାଟ। ଶେଷରେ କିଛି ଉପାୟ ନପାଇ ମୃତ ଶିଶୁଟିକୁ ଧରି ଜିଲ୍ଲାପାଳଙ୍କ ଅଫିସକୁ ଧାଇଁଲେ ବାପା ସମ୍ରାଟ ପ୍ରଧାନ ମା କୁନି ଓ ଜେଜେମା। ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଏହି ଘଟଣା ଜାଣିବା ପରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ବରଂଜନ ପତିଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପରେ ପୁଣି ଡାକ୍ତରଖାନାରେ ଶିଶୁପୁତ୍ର ଟିକୁ ମୃତ ଘୋଷଣା କରାଯାଇଥିଲା। ସଂପୃକ୍ତ ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସମ୍ରାଟ। ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ଡାକ୍ତର ଅଭାବ ସାଙ୍ଗକୁ ରୋଗୀ ଓ ସମ୍ପର୍କୀୟମାନଂକୁ ଡାକ୍ତର ବାବୁ ଓ କର୍ମଚାରୀ ମାନଙ୍କର ଦୁର୍ବ୍ୟବହାର ବୃଦ୍ଧି ପାଉଥିବା ଅଭିଯୋଗ ଜନସାଧାରଣ କରୁଥିବା ସି ଡି ଏ ମ ଓ ପତିଙ୍କୁ ପଚାରିବାରୁ ସେ ଚିରାଚରିତ ଢଙ୍ଗରେ ମିଟିଂ ସମୟରେ ତାଙ୍କୁ ତାଗିଦ୍ କରୁଥିବା କଥା କହିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More