ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ

43

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ସୁବର୍ଣ୍ଣପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କର୍ମୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କର୍ମଚାରୀ,ସ୍ଥାନୀୟ ଗର୍ଭବତୀ ଓ ପ୍ରସୂତି ମା ମାନକୁ ନେଇ ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଳା ମୁଖ୍ୟ ଚିକିତ୍ସାଲୟ ଅଧିକ୍ଷକ ଡା. ପ୍ରଦୀପ କୁମାର ଗୁରୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସଭାରେ ଡା. ମଞ୍ଜୁରାଣୀ ସିଂ, ଏ ଡି ପି ଏଚ ଓ (ଏଫ ଡବ୍ଲୁ/ଭି.ବି.ଡ଼ି ), ଡା.ମାନସ୍ ରଞ୍ଜନ ଦଣ୍ଡପାଟ୍, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ , ଶ୍ରୀ ବିଶ୍ୱମ୍ବର ବେହେରା, ଡି ପି ଏମ, ଶ୍ରୀ ସରୋଜ କୁମାର୍ ପଣ୍ଡା, ଡି ଏ ଏମ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅତିଥିମାନେ ୨0୨୨ ବର୍ଷର ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ପ୍ରଦୀପ କୁମାର ଗୁରୁ କହିଥିଲେ ଯେ ଗୋଟିଏ ସୁସ୍ଥ ଦେଶ ପାଇଁ ଏକ ସୁସ୍ଥ ଶିଶୁ ଦରକାର ଓ ସୁସ୍ଥ ଶିଶୁ ପାଇବାକୁ ହେଲେ ମା ସୁସ୍ଥ ହେବା ନିହାତି ଆବଶ୍ଯକ ଓ ଏଥିପାଇ ସମାଜରେ ବ୍ୟାପକ ସଚେତନତାର ଆବଶ୍ଯକତା ଥିବା ଆଲୋକପାତ କରିଥିଲେ l ଏହି ଉପଲକ୍ଷେ ସଚେତନତା ସଭା ସାଙ୍ଗକୁ ଏକ ପୋଷ୍ଟର ଅଭିଯାନ ଓ ଦସ୍ତଖତ ଅଭିଯାନ ଅନୁଷ୍ଠିତ କରାଯିବା ସହିତ ସଦର ମହକୁମାର ଜନ ଗହଳି ସ୍ଥାନରେ ହୋର୍ଡିଙ୍ଗ ଲଗାଯାଇ ସଚେତନତାର ପ୍ରୟାସ କରା ଯାଇଛି। ଏହି ସଚେତନତା ସଭା ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ଅଙ୍ଗନବାଡି କର୍ମୀ,ଗର୍ଭବତୀ ଓ ପ୍ରସୂତି ମା ମାନକୁ ନେଇ ବିଭାଗ ତରଫରୁ ଏକ କୁଇଜ ପ୍ରତିଯୋଗିତା କରାଯାଇ ସଫଳ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା l ଏହି ପରୀପ୍ରକ୍ଷୀ ରେ ଅନୁଷ୍ଠିତ କୁଇଜ କର୍ୟକ୍ରମକୁ ତରଣୀସେନ ପଧାନ୍ ଏ ଏମ ସି ପି ତଥା ଜି କେ ଏସ, ଗିତଞ୍ଜଲି ମେହେର (ଏ ଏମ ଏନ ସି ଡି ) ପରିଚାଳନା କରିଥିବାବେଲେ ଶ୍ରୀ ନାରାୟଣ ରଥ ସହଯୋଗ କରିଥିଲେ। ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିବାବେଲେ ଶ୍ରୀ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More