ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ଯାଳୟରେ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ଜିଲ୍ଲାପାଳଙ୍କ ଦ୍ବାରା ଉଦ୍ଘାଟିତ

26

Get real time updates directly on you device, subscribe now.

ସୋନପୁର(ସଂଘର୍ଷ ମିଡିଆ ) : ସୁବର୍ଣ୍ଣପୁର ଜନସାଧାରଣଙ୍କୁ ଜିଲ୍ଲା ପରିବହନ କାର୍ଯ୍ଯାଳୟରେ ସମୟୋଚିତ ଏବଂ ତ୍ଵରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଙ୍କ ଦ୍ୱାରା କମ୍ପୁଟର୍ ପରିଚାଳିତ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭ ଉଦ୍ଘାଟନ ହୋଇଯାଇଛି l ଓଡ଼ିଆ ସରକାରଙ୍କ 5 ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସ୍କିମ ଦ୍ଵାରା ଜିଲ୍ଲା ପରିବହନ କାର୍ଯ୍ଯାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ଜନସାଧାରଣଙ୍କ ଭିଡ ହେବନାହିଁ ଏବଂ ସେମାନେ କୌଣସି ଦଲାଲ୍ ବା ତୃତୀୟ ବ୍ୟକ୍ତି ର ବିନା ସହାୟତାରେ କମ୍ପୁଟର ମାଧ୍ୟମରେ ସ୍ଵୟଂ ସହଯୋଗୀ ସେବା ପାଇ ପାରିବେ I ଆର୍ ଟିଓ ରବିନ୍ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଲର୍ଣ୍ଣିଙ୍ଗ ଲାଇସେନ୍ସ ପାଇବା ପାଇଁ ପରୀକ୍ଷାର୍ଥୀ ଙ୍କୁ ଯେଉଁ ଦିନ ଓ ସମୟ ମିଳିଥିବ ତାର 45 ମିନିଟ୍ ଆଗରୁ ପରିବହନ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର କ୍ୟୁଆର କୋଡ଼କୁ କମ୍ପୁଟର ଦ୍ୱାରା ସ୍କାନ୍ କରି ଟୋକନ ପାଇ ପାରିବେ I ତାପରେ ପ୍ରତିକ୍ଷା ହଲରେ କମ୍ପୁଟର ପରଦା ମାଧ୍ୟମରେ ତାଙ୍କର ପରୀକ୍ଷା ସମୟ ଏବଂ କ୍ରମିକ ନମ୍ବର ଜଣାଇ ଦିଆଯିବ l ପ୍ରତିକ୍ଷା ସମୟର ସଠିକ ଉପଯୋଗ ପାଇଁ ତାଙ୍କୁ ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପର୍ଦାରେ ଜଣାଇ ଦିଆଯିବ ଏବଂ ତାଙ୍କର ପରୀକ୍ଷା ସମୟ ଆସିଲେ ସେ କମ୍ପୁଟର ମାଧ୍ୟମରେ ଲର୍ଣ୍ଣିଙ୍ଗ ଲାଇସେନ୍ସ ପରୀକ୍ଷା ଦେଇ ଅଳ୍ପ ସମୟ ମଧ୍ୟରେ ଚାଲି ଯାଇପାରିବେ । ସେହିପରି ବାହନ ପୋର୍ଟାଲ ରେ କମ୍ପୁଟର ମାଧ୍ୟମରେ ଇ ଚାଲାନ , ଗାଡି ରେଜିଷ୍ଟ୍ରେସନ୍, ଡୁପ୍ଲିକେଟ ଆର୍ ସି ,ଫିଟନେସ ସାର୍ଟିଫିକେଟ, ଟ୍ରାନ୍ସଫର୍ ଅଫ ଓନରଶିପ, ପର୍ମିଟ ପ୍ରଦାନ, ହାଇପୋଥିକେଶନ ଇତ୍ୟାଦି 51 ପ୍ରକାର ସେବା ପାଇଁ ନିଜର ଟୋକନ ବାହାର କରି ପାରିବେ l କମ୍ ସମୟ ପ୍ରତିକ୍ଷାରେ ନିର୍ଦ୍ଦେଶିତ କକ୍ଷ କୁ ଯାଇ ଶୀଘ୍ର ନିଜ କାମ କରି ପାରିବେ l ସମଗ୍ର ଓଡ଼ିଶାରେ ପାଇଲଟ ପ୍ରୋଜେକ୍ଟ ହିସାବରେ ସୁବର୍ଣ୍ଣପୁର ରେ କମ୍ ସମୟ ରେ ଏହି କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ୟକାରୀ ହୋଇପାରି ଥିବାରୁ ଜିଲ୍ଲପାଳ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ବାସୀଙ୍କୁ ଏହାର ସୁବିଧା ନେବାପାଇଁ ଅନୁରୋଧ କରିଥିଲେ । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆର୍ ଟିଓ ରବିନ୍ ପଟ୍ଟନାୟକ,ଏଆରଟିଓ ସୁଭାସିସ ସାହୁ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ପରିବହନ କାର୍ଯ୍ଯାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More