ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ

15

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଅଧ୍ୟକ୍ଷତା କରିଥିଲେ l ସଦସ୍ୟ ସଚିବ ତଥା ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ଖାଉଟି ସୁରକ୍ଷା ପରିଷଦର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ସୁରେଶ ପାଣିଗ୍ରାହୀ ବିଭିନ୍ନ ଖାଉଟି ଅଧିକାର ସମ୍ବଦ୍ଧରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଖାଉଟି ବିବାଦ ଓ ପ୍ରତିକାର ଆୟୋଗ ଅଧ୍ୟକ୍ଷ, ଉପାନନ୍ଦ ପୁରୋହିତ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ , ରାଜ୍ୟ ଖାଉଟି ଫେଡେରେସନ ପ୍ରତିନିଧି ଶ୍ରୀ ଗୌରୀଶ୍ୟାମ ପଣ୍ଡା ପ୍ରମୁଖ, ଖାଉଟି ଆଇନ ଓ ଅଧିକାର ବିଷୟରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ l ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ,ଏଡି ପି ଏଚ ଓ ରମେଶ ଚନ୍ଦ୍ର ସ୍ୱାଇଁ,ଜିଲ୍ଲା ସ୍ତରୀୟ ସମ୍ପୃକ୍ତ ଅଧିକାରୀ ଓ ଅନ୍ୟାନ୍ୟ ବ୍ଲକ, ସହରାଞ୍ଚଳ ଅଧ୍ୟକ୍ଷ / ଅଧ୍ୟକ୍ଷା ବୃନ୍ଦ ଏହି ସମ୍ବିଳନୀ ରେ ଯୋଗଦେଇ ଖାଉଟି ଅଧିକାର ଓ ଆଇନ ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ଖାଉଟି ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ରେ ଅଂଶଗ୍ରହଣ କରିଥିଲେ l ଆମ ଜିଲ୍ଲାରେ ବିଶେଷ ଭାବେ ନକଲି ସାର, କୀଟନାଶକ ଔଷଧ, ମଞ୍ଜି, ଲଟାମରା ( ଘାସ ) ଚାଷୀ ଙ୍କ ଆର୍ଥିକ ମାନଦଣ୍ଡ କୁ ପ୍ରଭାବିତ କରୁଛି l ତେଣୁ ଏହି ଆଇନ ମାଧ୍ୟମରେ ଏହାର ସୁରକ୍ଷା ପାଇଁ ସମସ୍ତେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More