ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ବୈଠକ ଅନୁଷ୍ଠିତ

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଗତକାଲି ସହରର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଜିଲ୍ଲାର ଲକ୍ଷେଘର ଗଣ୍ଡାସମାଜରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଭ୍ୟ ମାଧବ କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସ୍ବତନ୍ତ୍ର ବୈଠକରେ ଜିଲ୍ଲାର ଛଅଟି ଯାକ ବ୍ଲକର କର୍ମକର୍ତ୍ତା ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବୈଠକରେ ସୋନପୁର ବ୍ଲକର ଲଚ୍ଛମନ ସୁନା, ଉତ୍ତମ ସିଂ ନାଗ, ପୌର ପରିଷଦରୁ ମାଧବ କୁମ୍ଭାର, ବିନୋଦ ପାତ୍ର, ସୁରେଶ ବାଘ, ସୁବାଷ ସୁନା, ବିନିକା ବ୍ଲକରୁ ଦୁର୍ଗା କଲତା, ଗୋଲକ ମହାନନ୍ଦ, ବୀରମହାରାଜପୁର ବ୍ଲକରୁ ରାମ ମହାନନ୍ଦ, ଅନାଦି ଜଗଦଲା, ଗୌର ଜଗଦଲା, କର୍ମ କଲତା, କୁମରମଣୀ ବାଦି, ରଣଜିତ ଭଞ୍ଜ, ବିରଞ୍ଚି ନାଗ, ଘନଶ୍ୟାମ ଜଗଦଲା , ତରଭା ବ୍ଲକରୁ ଗୋକଳେଶ୍ବର ସୁନା, ବେଣୁ ବାଘ , ପ୍ରକାଶ ହରିପାଲି , ମିଥୁନ ବଗର୍ତ୍ତୀ , ଉଲୁଣ୍ଡା ବ୍ଲକରୁ ନାରାୟଣ ହରିପାଲ, ସହଦେବ କୁମ୍ଭାର, ଡୁଙ୍ଗୁରିପାଲି ବ୍ଲକରୁ ଲକ୍ଷ୍ମଣ ଭରାସାଗର, ଗରୀବ ବାଘ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରି ଚଳିତ ଥର ପାଇଁ ଜିଲ୍ଲାର ନୂନ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରିଥିଲେ । ଗଠନ ହୋଇଥିବା କମିଟିର ସଭାପତି ଭାବରେ ମାଧବ କୁମ୍ଭାର, କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଭରାସାଗର, ଉପ ସଭାପତି ଭାବରେ ପ୍ରକାଶ ହରିପାଲି , ସଂପାଦକ ଭାବରେ ଲଚ୍ଛମନ ସୁନା ସହ ସଂପାଦକ ଭାବେ ନାରାୟଣ ହରିପାଲି , କୋଷାଧ୍ୟକ୍ଷ ଭାବରେ ଅନାଦି ଜଗଦଲା ଓ ଗ୍ରନ୍ଥାଗାରିକ ଭାବରେ ଦୁର୍ଗା ଚରଣ କଲତାଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଉପଦେଷ୍ଟା କମିଟିରେ ସର୍ବଶ୍ରୀ ବିନୋଦ ପାତ୍ର, ଅଭିମନ୍ୟୁ କୁଶଳ, ଆନନ୍ଦ ବାରିକ, ମୋହନ ମହାନନ୍ଦ, ସୁବାସ ସୁନା ଓ ସୁରେଶ କୁଶଲଙ୍କ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ବିଭିନ୍ନ ଆଲୋଚନା ପ୍ରସଙ୍ଗରେ ଜିଲ୍ଲାର ବସବାସ କରୁଥିବା ସମାଜର ସମସ୍ତ ଅଧିବାସୀ ମାନଙ୍କ ମଧ୍ୟରେ ସୁସଂପର୍କ ଓ ଭାଇଚାରା ସୃଷ୍ଟି ପାଇଁ ସହମତି ହେବାସହ ପ୍ରତି ଗ୍ରାମରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟ୍ୟୁସନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More