ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ଟପ୍ପର ହୋଇ ଗୌରବ ବଢ଼ାଇଛନ୍ତି ପ୍ରତିଚୀ ପ୍ରିୟଦର୍ଶନୀ ପଣ୍ଡା

14

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) :- ନିଜର ସାଧନା, କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଜଣେ ଗ୍ରାମାଞ୍ଚଳ ର ଛାତ୍ରୀ ହୋଇ ବି କିପରି ମାଟ୍ରିକ ଟପ୍ପର ହୋଇ ପାରିବେ ତାହା ବଣ ମଲ୍ଲୀ ର ମହକ ପରି ମହକେଇ ଦେଇଛନ୍ତି ଓ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ବମରାଜ ଗ୍ରାମର ଶ୍ୟାମ ସୁନ୍ଦର ପଣ୍ଡା ଓ ପ୍ରଭାବତୀ ପୁରୋହିତଙ୍କ ଏକ ମାତ୍ର କନ୍ୟା ପ୍ରତିଚୀ ପ୍ରିୟଦଶିନୀ ପଣ୍ଡା l ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରଣୀରେ ସର୍ବାଧିକ ୯୪ ପ୍ରତିଶତ ମାର୍କ ରଖି ଜିଲ୍ଲା ତଥା ନିଜର ବିଦ୍ୟାଳୟର ଗୌରବ ଆଣିଛନ୍ତି। ଆଗାମୀ ଦିନରେ +୨ରେ ଆହୁରି ଭଲ ନମ୍ବର ରଖି ବିଦ୍ୟାଳୟ ଓ ଜିଲ୍ଲାର ନାଁ କରିବା ଲକ୍ଷ୍ୟ ରଖିଛନ୍ତି ପ୍ରତିଚି। ସେ ପଣ୍ଡିତ ଗୁଣ ସାଗର ପଣ୍ଡା ଓ ରୁକୁଣି ପଣ୍ଡା ଙ୍କ ନାତୁଣୀ ଅଟନ୍ତି। ଏହି ସଫଳତାର ଶ୍ରେୟ ସେ ନିଜ ବାପା ଶ୍ୟାମ ସୁନ୍ଦର ପଣ୍ଡା ଓ ମା ପ୍ରଭାବତୀ, ଚାଚା ଯୋଗଗୁରୁ ମନୋଜ ପଣ୍ଡା, ଗୁରୁଜନ ତଥା ସାରା ପରିବାରକୁ ଦେଇଛନ୍ତି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More