ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ସଭା ସହିତ ଯୋଡିହେଲେ ହିତାଧିକାରୀ

9

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ସମଗ୍ର ଦେଶର ବିଭିନ୍ନ 13 ଗୋଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ସଭା ମାଧ୍ୟମରେ ଉଦବୋଧନ ଦେଇ ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି l ଆଜି ପୂର୍ବାହ୍ନ 11.30 ଟା ରେ ହିମାଚଳ ପ୍ରଦେଶ ରାଜଧାନୀ ଶିମଲା ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଜନସାଧାରଣଙ୍କ ଜୀବନଧାରଣର ମାନ ଉନ୍ନତି କରିବାକୁ ଅନେକ ପ୍ରକାରର ସହାୟତା ପ୍ରଦାନକରୁଛନ୍ତି I ଏହାର ସୁଫଳ କେତେ ପରିମାଣରେ ତୃଣମୂଳ ସ୍ତରରେ ପହଞ୍ଚି ପାରିଛି ପ୍ରଧାନମନ୍ତ୍ରୀ ନିଜେ ଏହାର ଅନୁଧ୍ୟାନ କରିଥିଲେ I ଦେଶର ଲକ୍ଷ ଲକ୍ଷ କୃଷକ, ଶ୍ରମିକ, କାରିଗର, ଦୋକାନୀ, ଉପଭୋକ୍ତା ଆଜିର କାର୍ଯ୍ୟକ୍ରମ ରେ ଯୋଡି ହୋଇଥିଲେ I ଆଭାସୀ ଜରିଆରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଙ୍କ ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଜିଲ୍ଲାର ମୁଖ୍ୟାଳୟ କୁ ସଂଯୋଗ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ରେ ଆଜି ଏହି ଆଭାସୀ ସଭା କାର୍ଯ୍ୟକ୍ରମ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପିଡି ଡିଆରଡିଏ ଡ଼ୋଲାମଣୀ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାର ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମାନେ ଉପସ୍ଥିତ ଥିଲେ । ଭର୍ଚୁଆଲ ପ୍ଲାଟଫର୍ମ ରେ ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l ଆଜିକାର କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା, ଉପ ସଭାପତି ଝସକେତନ ବଘାର, ସୋନପୁର ମୁନିସିପାଲିଟି ଚେୟାରମ୍ଯାନ ତାମସୀ ତାମସ୍ମିତା ନାଏକ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ଯାନ ପ୍ରମୁଖ ଉପସ୍ଥିତ ଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More