ସୁବର୍ଣ୍ଣପୁର ଜ଼ିଲ୍ଲାରେ କାଳିଆ ତୁଳସୀ ରଥକୁ ଭବ୍ୟ ସମ୍ବର୍ଦ୍ଧନା

19

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଇ ଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ବାହାରିଛି ଆଜି ତୁଳସୀ ରଥ । ପ୍ରଥମେ ଉଲୁଣ୍ଡା, ପରେ ବିନିକା, ଖାରି, ନାରାୟଣ ପୁର, ବିଶିମୁଣ୍ଡା, ସୋନପୁର ସହର ଦେଇ ଏକ ସୁସଜ୍ଜିତ ରଥରେ କାଳିଆ ମହାପ୍ରଭୁଙ୍କ ସୁନାବେଶ ପାଇଁ ତୁଳସୀ ଓ ଫୁଲ ଭକ୍ତ ମାନଙ୍କଠାରୁ ସଂଗ୍ରହ କରି ପୁରୀ ଅଭିମୁଖେ ବାହାରିଛି । ଏଥିପାଇଁ ଜ଼ିଲ୍ଲାର ସବୁ ଗାଁ ଓ ସହର ର ପ୍ରତି ଛକ ଛକ ରେ ପୁରୁଷ ଓ ମହିଳା ଭକ୍ତ ଜଗନ୍ନାଥ ପ୍ରେମୀ ଖୁବ ଉତ୍ସାହ, ଉଦ୍ଦୀପନା, ଭକ୍ତି ଓ ଉତ୍କଣ୍ଠାର ସହ ପ୍ରଭୁଙ୍କ ରଥକୁ ସ୍ୱାଗତ ଓ ଦର୍ଶନ ଲାଭ କରିବl ପାଇଁ ବିଭିନ୍ନ ସଂଗଠନର ଶହ ଶହ ସଂଖ୍ୟାରେ ପ୍ରସ୍ତୁତ ଥିଲେ l ଆଉ ରଥ ବୁଲିବା ଏଇ ଖବର ପରେ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଭକ୍ତଙ୍କ ମନରେ ଅପୂର୍ବ ଆନନ୍ଦ ଖୋଳି ଯାଇଛି । ସୋନପୁର ସହରର ବ୍ଲକ ଛକ ଯୁବ ସଂଗଠନ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ ତତ୍ୱାବଧାନରେ ଦଧିବାମନ ମନ୍ଦିର କମିଟି ସମସ୍ତ ସଦସ୍ୟ, ସ୍ୱଚ୍ଛ ଭାରତ ସଂଗଠନ ସମେତ ବିଭିନ୍ନ ସଂଘ ପକ୍ଷରୁ ତୁଳସୀ ରଥ କୁ ଊଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଓ କିଛି ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More