ସୁବର୍ଣ୍ଣପୁର ଓଡ଼ିଶା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ଧାରଣା

10

Get real time updates directly on you device, subscribe now.


ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ଓଡ଼ିଶା ଆଉଟ୍ ସୋର୍ସଙ୍ଗ କର୍ମଚାରୀ ସୁବର୍ଣ୍ଣପୁର ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଉଟ୍ ସୋରସିଙ୍ଗ କର୍ମଚାରୀ ଧାରଣାରେ ବସିଥିବା ବେଳେ ୧୨ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ପ୍ରଦାନ କରିଛନ୍ତି। ଆଜି ସୁବର୍ଣ୍ଣପୁର ଜିଲ୍ଲା ଓ ବ୍ଲକ ସ୍ତରରେ ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ କାର୍ଯ୍ୟାଳୟ ରେ କାମ କରୁଥିବା ଠିକା କର୍ମଚାରୀଙ୍କୁ ଓଡିଶା ସରକାର ସ୍ଥାୟୀ ଭାବରେ ନିଯୁକ୍ତି ଦାବିରେ ସଂଘ ସଭାପତି ନରହରି ମହାପାତ୍ର ଓ ସମ୍ପାଦକ ବିକାଶ ସାହୁଙ୍କ ନେତୃତ୍ୱରେ ଓଡିଶା ସରକାର ଙ୍କ ଅଧୀନରେ ଥିବା ଜିଲ୍ଲାର ପ୍ରାୟ ୩୦୦ଜଣ ଆଉଟ୍ ସୋରସିଙ୍ଗ୍ କର୍ମଚାରୀ ସୁରେଶ୍ଵରୀ ମନ୍ଦିରରୁ ଏକ ବିଶାଳ ରାଲିରେ ବାହାରି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ଦାବି କରି ନାରାବାଜି କରିବା ସହ ଧାରଣା ରେ ବସିଥିଲେ। ଏହାକୁ ଟ୍ରେଡ ୟୁନୀୟନ୍ ମଧ୍ୟ ସମର୍ଥନ କରିଥିବା ଗୋବିନ୍ଦ ମହାରଣା ଗଣମାଧ୍ୟମ ରେ ପ୍ରକାଶ କରିଥିଲେ। ଶେଷରେ ତ୍ରିଲୋଚନ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।(

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More