ସୁବର୍ଣ୍ଣପୁରର ମନୋଜ ପଣ୍ଡା ରକ୍ତବନ୍ଧୁ ଭାବେ ଡିଜିପିଙ୍କ ଠାରୁ ସମ୍ବର୍ଦ୍ଧିତ

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :-କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ରକ୍ତବନ୍ଧୁ ସମ୍ବର୍ଦ୍ଧନା ସମାରୋହ ରେ ଓଡ଼ିଶା ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଠାରୁ ଭୁବନେଶ୍ଵର ପୋଲିସ ସେବା ଭବନ ଠାରେ ସୁବର୍ଣ୍ଣପୁରର ପୋଲିସ ହାବିଲଦାର ମନୋଜ ପଣ୍ଡା ଗତ କାଲି ସମ୍ବର୍ଦ୍ଧିତ ହୋଇଛନ୍ତି l ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁନିଲ ବଂଶଲ୍, କମିଶନର ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ (କଟକ- ଭୁବନେଶ୍ଵର), ଆଡିସନାଲ ଡିସିପି ଡ଼.ଉମାଶଙ୍କର ଦାଶ ଆଇପିଏସ୍, ଶ୍ରୀ ପ୍ରତୀକ ସିଂ ଡିସିପି ଭୁବନେଶ୍ୱର ଆଇପିଏସ୍ , ଡ. ଲକ୍ଷ୍ମୀଧର ସାହୁ ନିର୍ଦ୍ଦେଶକ କେପିଟାଲ ହସ୍ପିଟାଲ ଭୁବନେଶ୍ଵର, ଆଡିସନାଲ ଡିସିପି ଅଶୋକ ପାଣିଗ୍ରାହୀ ଓ ରକ୍ତବନ୍ଧୁ ସଂଯୋଜକ ହାବିଲଦାର ସିଦ୍ଧେଶ୍ୱର୍ ସାମଲ ରାଜ୍ୟ ର ରକ୍ତ ଦାତା ତଥା ଉଦ୍ୟୋକ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରି କହିଛନ୍ତି ଯେ, ଜାତି କି ଧର୍ମ ନୁହେଁ ମାନବିକତା ମୂଲ୍ୟବୋଧକୁ ବୁଝି ରକ୍ତଦାନ କର ରକ୍ତର କିଛି ସ୍ପେସିଫିକ ରିଲିଜନ, କାଷ୍ଟ ନାହିଁ ଏବଂ କିଛି କମ୍ୟୁନିଟି ଓ କେଟେଗୋରି ନାହିଁ ବୋଲି ମତ ରଖି ରକ୍ତ ଦାନ କରୁଥିବା ଓ ଏଥିପାଇଁ ଯୁବକ ମାନଙ୍କୁ ପ୍ରୋତ୍ସାହନ ଦେଉଥିବା ପୋଲିସ ଓ ସମାଜସେବୀ ଅନୁଷ୍ଠାନକୁ ପୋଲିସ ଡିଜି ପ୍ରଶଂସା କରିଥିବା ବେଳେ ରକ୍ତଦାନ ଅନେକାଂଶରେ ଲୋକଙ୍କୁ ଯୋଡି ପାରିଛି ବୋଲି କହିଥିଲେ l ଶ୍ରୀ ପଣ୍ଡା ସାମ୍ବାଦିକଙ୍କୁ କହଥିଲେ ଯେ ମୋ ପାଇଁ ଜୀବନରେ ଏହା ଏକ ଅଭୁଲା ମୂହୁର୍ତ୍ତ, ବିଗତ ତଥା ବାର୍ତ୍ତମାନର ଏସପିଙ୍କ ପ୍ରେରଣା, ଗୁରୁଜନ ଙ୍କ ଆଶୀର୍ବାଦ ଓ ଭଲ ପାଇବା, ରକ୍ତ ଦାତା ଓ ମିଡ଼ିଆଙ୍କ ସହଯୋଗ, ତଥା ନିସ୍ଵାର୍ଥ ପର, ଉତ୍ସର୍ଗୀକୃତ ସେବା, ତ୍ୟାଗ ବଳରେ ଏହି ସମ୍ମାନ ସମ୍ଭବ ହୋଇ ପାରିଛି l ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ଆମେ ଫିଟ ଏଣ୍ଡ ଫାଇନ ରହିଲେ ଅନ୍ୟଙ୍କୁ ସେବା ଯୋଗାଇ ପାରିବା l ଯାହାକି କେବଳ ଯୋଗ ପ୍ରାଣାୟାମ ଓ ମନ୍ଦିର ମାଳିନୀ ସହରର ସ୍ୱଚ୍ଛତା, ପରିବେଶ ସେବା ସାଙ୍ଗକୁ ସର୍ବଦା ଦୟା ଓ ସକାରାତ୍ମକ ଚିନ୍ତାଧାରା ହିଁ ମୋର ଆତ୍ମବିଶ୍ୱାସ ବଢ଼ାଇ ପାରିଛି ବୋଲି ମନୋଜ କହିଛନ୍ତି । ଆଜି ପୁଣି ଏକ ସ୍ବତନ୍ତ୍ର କାର୍ଯକ୍ରମ ରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ରକ୍ତବନ୍ଧୁ ମନୋଜ ପଣ୍ଡା ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ମନୋଜ ହେତୁ ଜିଲ୍ଲା ପୋଲିସ ଆଜି ଗର୍ବିତ ବୋଲି କହିଛନ୍ତି। ଆଗାମୀ ଦିନ ରେ ରକ୍ତର ଅଭାବକୁ ଜିଲ୍ଲାରେ କରାଇ ନ ଦେବାକୁ ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ନିଷ୍ଠାର ସହିତ କାର୍ଯ କରି ପ୍ରକୃତ ରକ୍ତବନ୍ଧୁ ସୃଷ୍ଟି କରିବ ବୋଲି କହିଛନ୍ତି l ଏ ଖବର ପ୍ରଚାରିତ ପରେ ସୋନପୁର ର ସବୁ ମହଲରେ ଖୁସି ର ଲହର ଖେଳି ହୋଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀ ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More