ସୁବର୍ଣ୍ଣପୁରର ବିଭିନ୍ନ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ

12

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁରର ବଡ଼ ଜଗନ୍ନାଥ ମନ୍ଦିର, ଦଧିବାମନ ମନ୍ଦିର ଓ ଶ୍ରୀ ଶ୍ରୀ ଵୃନ୍ଦାବନ ବିହାରୀ ମନ୍ଦିରରେ ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦେବସ୍ନାନ ନୀତି ଅନଷ୍ଠିତ ହୋଇଯାଇଛି । ଏହି ଅବସରରେ ଵୃନ୍ଦାବନ ବିହାରୀ ମନ୍ଦିରରେ ସକାଳ ଘ ୭,୩୦ମିରୁ ମହାପ୍ରଭୁଙ୍କର ପୁରୁଷୋସୁକ୍ତ ମନ୍ତ୍ର ଦ୍ବାରା ମହାସ୍ନାନ ଷୋଡ଼ଷ ଉପଚାର ପୂଜା ଆରମ୍ଭ ହୋଇ ଵାଳ ଭୋଗ, ମଙ୍ଗଳ ଆଳତୀ ଅନ୍ନ ଭୋଗ ଓ ପୁଷ୍ପାଞ୍ଜଳି ପରେ ସମସ୍ତ ଭକ୍ତ ମାନଙ୍କଙ୍କ ପାଇଁ ପ୍ରସାଦ ସେଵନର ବ୍ୟବସ୍ଥା ହୋଇଥିଲା l ବୃନ୍ଦାବନ ବିହାର ମନ୍ଦିର ଠାରେ ମୁଖ୍ୟ ପୂଜକ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପୀତବାସ ମିଶ୍ର, ଶ୍ରୀତମ ମହାପାତ୍ର, ସୁଭରା ମିଶ୍ର, ସୁକଦେବ, କୁନା ନାଏକ, ସୁରୁଵାଵୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ସେହିପରି ଶ୍ରୀ ବଡ଼ ଜଗନ୍ନାଥ ମନ୍ଦିର ଠାରେ ପ୍ରଭୁଙ୍କ ପରମ ଭକ୍ତ ଶ୍ରୀବତ୍ସ ମଲ୍ଲିକ, ପୂଜକ ରାମ ଚନ୍ଦ୍ର ପୂଜାରୀ, ରାଜା ପୂଜାରୀ, ଜୟ ମିଶ୍ର, ମିଲନ ମିଶ୍ର, ଶିବ, ବଣ୍ଟି, ଜୟ ନାରାୟଣ ପ୍ରମୁଖ ସହଯୋଗ ରେ, ଶ୍ରୀ ଦଧି ବାମନ ମନ୍ଦିର ରେ ମୁଖ୍ୟ ପୂଜକ ଦେବାଶିଷ ମିଶ୍ର, ଅଶୋକ ମିଶ୍ର ଓ ହରି ଶଙ୍କର ମିଶ୍ର, ଏବଂ ଜ଼ିଲ୍ଲା ର ପାତାଳି ଶ୍ରୀକ୍ଷେତ୍ର ଠାରେ ମଧ୍ୟ ପ୍ରମୁଖ ପୂଜକ ମାନଙ୍କ ତତ୍ୱାବଧାନରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମାର ସମସ୍ତ ପୂଜା ରୀତି ନୀତିରେ ସଂମ୍ପନ୍ନ କରାଯାଇଥିଲା l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More