ସୁବର୍ଣ୍ଣପୁରର ଐତିହାସୀକ ମହାନବମୀ ବଳୀଯାତ୍ରା ପାଳିତ, ମାଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

15

Get real time updates directly on you device, subscribe now.

ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ) :-ସୁବର୍ଣ୍ଣପୁରର ବିଶ୍ୱ ପ୍ରସିଦ୍ଧ ମହାବଳୀ ଯାତ୍ରା ମହାନବମୀ ତିଥିର ଅର୍ଧ ରାତ୍ରିରୁ ଭୋର ସକାଳ ଭିତରେ ଏହି ପର୍ବ ସଂପନ୍ନ ହୋଇଛି l ଦେବୀ ମା ସୁରେଶ୍ବରୀ ପୀଠରେ ମହାବଳୀର ଚୁଳବନ୍ଧନ ପର୍ବ ପରେ ମହାବଳୀ ଯାତ୍ରାର ପୂର୍ଣ୍ଣାହୂତି ହୋଇଛି ।ମହାବଳୀ ପର୍ବର ଅନ୍ତିମ ପର୍ଯ୍ୟାୟରେ ରାଜପୁରୋହିତ ମହାବଳୀର ଚୁଳବନ୍ଧନ କାର୍ଯ୍ୟ ସଂପନ୍ନ କରି ପୂର୍ଣ୍ଣାହୂତି ପ୍ରଦାନ କରଛନ୍ତି ।ତେବେ ମହାନବମୀ ରାତ୍ରୀର ଦ୍ବୀତିୟ ପ୍ରହରରେ ପ୍ରଥମେ ଡାଂଗୁଆ ବଳୀ ଓ ପରେ ଗାୟନ ବଳୀ କାର୍ଯ୍ୟ ସଂପନ୍ନ ହେବା ପରେ ମହାବଳୀ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଅଲୌକିକ ତନ୍ତ୍ରମାଟିର ପ୍ରୟୋଗରେ ପାହାନ୍ତିଆ ପ୍ରହରରେ ମହାବଳୀ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଷୋହଳଭର୍ଣ୍ଣି ବାଦ୍ୟର ତାଳେ ତାଳେ ମହାବଳୀ ବା ବରୁଆ ଉଦଣ୍ଡ ନୃତ୍ୟ କରି ଛତ୍ର ଧରି ଦେବୀ ମା ଖମ୍ବେଶ୍ବରୀଙ୍କ ମୁଖଶାଳାରୁ ପଦାକୁ ଆସିଥିଲେ ।ବାହାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।ବହୂ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଦେବୀ କୃପା ଲାଭ କରିବା ସହିତ ମହାବଳୀ ପର୍ବରେ ସାମିଲ ହେବା ପାଇଁ ଖମ୍ବେଶ୍ବରୀ ପୀଠରେ ସମବେତ ହୋଇଥିଲେ ।ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ,ଦେବୋତ୍ତର ବିଭାଗ ,ବଳୀଯାତ୍ରା କମିଟି ,ମନ୍ଦିର କମିଟି ଆଦି ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।ଶ୍ରଦ୍ଧାଳୁମାନେ ଲକ୍ଷା ଧିକ ସଂଖ୍ୟାରେ ଦେବୀ ଦର୍ଶନ କରିବା ସହିତ ମହାବଳୀ ପର୍ବରେ ସାମିଲ ହୋଇ ମା ସୁରେଶ୍ୱରୀ, ଖମ୍ବେଶ୍ବରୀ ତଥା ଅଷ୍ଟ ଚଣ୍ଡୀଙ୍କ ଜୟ ଜୟ ଗାନ କରିଥିଲେ l ଆଶ୍ୱିନ ଅମାବାସ୍ୟା ତିଥିରୁ ପ୍ରତିପଦା ଯାଏ ଦୀର୍ଘ 15 ଦିନ ଧରି ଦୁର୍ଗା ପୂଜା ଓ ବଳୀଯାତ୍ରା ପାଇଁ ପ୍ରତି ସୁବର୍ଣ୍ଣପୁର ସହର ଚଳଚଞ୍ଚଳ ହୋଇ ଉଠେ ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More