ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ: ୪ରେ ଶିବବିବାହ ୫ରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା

21

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : – ବହୁ ପ୍ରତୀକ୍ଷିତ ସୁବର୍ଣ୍ଣପୁର ର ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଆସନ୍ତା ୨ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନହେବାପାଇଁ ସମସ୍ତ ପ୍ରସ୍ତୁତି ସରିଛି।ଏଥିପାଇଁ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବକୁ ସମସ୍ତ ରୀତିନୀତି ସହ ପାଳନପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମର ପ୍ରସ୍ତୁତି ସହ ବରପିତାମାତାଙ୍କ ପ୍ରତିନିଧି ଭାବରେ ବଡ଼ବଜାର ଦୁର୍ଗାମଣ୍ଡପ ସ୍ଥିତ ସନ୍ତୋଷ କୁମାର ମେହେର ଓ ଜ୍ୟୋସ୍ନାମୟୀ ମେହେର ଦାୟିତ୍ୱ ନିର୍ବାହ କରୁଥିବା ବେଳେ କନ୍ୟାପିତା ମାତା ଙ୍କପ୍ରତିନିଧି ସ୍ୱରୂପରେ ଭଗବତି ପ୍ଲଟସ୍ଥିତ କୃଷ୍ଣଚନ୍ଦ୍ର ମେହେର ଓ ଜାନକୀ ମେହେର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଥିପାଇଁ ଉଭୟ କୈଳାସପୁରୀ ଓ ହିମାଦ୍ରୀନଗରୀ ରେ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି।ଏଥିପାଇଁ ଆସନ୍ତା ୨ତାରିଖ ଗୁରୁବାର ଦିନ ଦେବନିମନ୍ତ୍ରଣ,କରେଇବସା, ମାଟିପକା ଓ ୩ତାରିଖରେ ଅଳଙ୍କାର ଧାରଣ୪ତାରିଖରେ ବରାନୁଗମନ ଓ ରାତ୍ର ୧.୧୦ ରୁ ରାତ୍ର୨.୧୦ମଧ୍ୟରେ ଶିବପାର୍ବତୀଙ୍କ ବିବାହ ପାଣିଗ୍ରହଣ ଅନୁଷ୍ଠିତ ହୋଇ ପରବର୍ତ୍ତୀ ଦିନ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ।ଚଳିତ ବର୍ଷ ଯାତ୍ରା କୁ ଶୃଙ୍ଖଳିତ ପରିଚାଳନାପାଇଁ ଯାତ୍ରା ପରିଚାଳନାକମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More