ସୁବର୍ଣ୍ଣପୁରରେ ବିଶ୍ୱ ରକ୍ତ ଦାତା ଦିବସ ପାଳିତ

26

Get real time updates directly on you device, subscribe now.

ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ବିଶ୍ୱ ରକ୍ତଦାତା ଦିବସ-୨୦୨୨ ପାଳିତ ହୋଇ ଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ.( ଭାରପ୍ରାପ୍ତ) ଡା ପଦ୍ମହଂସା ଦୋରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଚେତନତା ସଭା ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଶ୍ୱ ରକ୍ତ ଦାତା ଦିବସ ରେ ସମସ୍ତ ସୁସ୍ଥ ବ୍ୟକ୍ତି ରକ୍ତଦାନ କରିବା ସକାଶେ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ ଓ ବେପରୁଆ ହୋଇ ଦୁର୍ଘଟଣା ରେ ରକ୍ତ କୁ ରାସ୍ତା ରେ ନଷ୍ଟ ନ କରି ସତର୍କତା ସହ ଗାଡି ଚଳାଇ ନିଜ କୁ ସୁରକ୍ଷିତ ରଖି ବହୁ ମୂଲ୍ୟ ରକ୍ତ କୁ ଦାନ କରି ଅନ୍ୟ ର ଜୀବନ ବଞ୍ଚାଇବାକୁ ପରାମର୍ଶ କରିଥିଲେ l ଏବଂ ଆମ ଦେଶ ବ୍ୟବସାୟିକ ମନୋବୃତ୍ତି ନ ରଖି ନିଜ ଦେଶର ତିଆରି ଖଣିଜ ପଦାର୍ଥ, ଖାଦ୍ୟ, କୋଭିଡ ଟୀକା ଭଳି ସଙ୍କଟ ବେଳେ ଅନ୍ୟ ଦେଶ କୁ ବଳକା ଜିନିଷ ଯେମିତି ପଠାଇ ସାହାଯ୍ୟ କରିଥାଏ l ସେମିତି ଆମ ଜ଼ିଲ୍ଲା ପରି ସମସ୍ତେ ଏଭଳି ଉଦ୍ୟମ ରଖିଲେ ବିଦେଶକୁ ରକ୍ତ ବି ପଠାଇବାରେ ଦିନେ ସଫଳ ହେବା ବୋଲି ମତ ରଖିଥିଲେ l ଆହୁରି କହିଥିଲେ ଯେ ଏକଜୁଟ ହୋଇ ଜଳ ଓ ସମଗ୍ର ପରିବେଶର ସୁରକ୍ଷା ନକଲେ ଆଗାମୀ ଦିନରେ ପୁଣି ଦୁର୍ଭିକ୍ଷ୍ୟର ଶିକାର ହେବା l ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌର ଅଧ୍ୟକ୍ଷା ପ୍ରକାଶ ସାହୁ, ଡ. ମଞ୍ଜୁରାଣୀ ସିଂ ଏ ଡି ପି ଏଚ୍ ଓ (FW)ଶ୍ରୀ ବିଶ୍ୱମ୍ବର ବେହେରା (DPM), ସମାଜସେବୀ ତଥା ରକ୍ତ ଭଣ୍ଡାର ମେନେଜମେଣ୍ଟ କମିଟି ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ସକାଳ ୭ ଘଣ୍ଟା ସମୟରେ ସୋନପୁର କଲେଜ ଏନ ସି ସି ଅଧକ୍ଷ ଲେଫ୍ଟନେଣ୍ଟ ଆଶୀଷ ଅଗ୍ରୱାଲ ଙ୍କ ନେତୃତ୍ୱ ରେ ସମର ଶିକ୍ଷ୍ୟାଥୀ ବାହିନୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସ୍ୱଚ୍ଛ ଭାରତ ସଂଗଠନ, ଜିଲ୍ଲା ରକ୍ତଦାତା ସେବା ସଙ୍ଘ, ପାଏଁରୀ, ଓ ଅଗ୍ରଣୀ ସମାଜସେବୀ ସଂଗଠନ, କର୍ମକର୍ତାଙ୍କୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ସଚେତନତା ଶୋଭାଯାତ୍ରା ସାରା ସହର ପରିକ୍ରମା କରିଥିଲେ l ଆୟୋଜିତ ସଚେତନତା ସଭାରେ ଜିଲ୍ଲାର ଛଅଟି ବ୍ଲକର ଛଅ ଟି ସଂଗଠନ ଯଥା ମାହେଶ୍ୱରୀ ସେନା, ମାହେଶ୍ୱରୀ ସଂଗଠନ, ଡବ୍ଲୁ ଓ ୱାଇ ଏମ , ସେବା ଫାଉଣ୍ଡେସନ, ବଜରଙ୍ଗ ଦଳ, ଜିଲ୍ଲା ରକ୍ତଦାତା ସଙ୍ଘ ସମେତ ରକ୍ତଦାତା ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ବରୀ ପାତ୍ର, ଦେବରାଜ ଦାସ, ମନୋଜ ପଣ୍ଡା, ଭିନ୍ନ କ୍ଷମ ମୋହନ ଦଣ୍ଡିଆଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ସହିତ ଉପ ଢୌକନ ଦେଇ ସମର୍ଦ୍ଧିତ କରାଯାଇ ଥିଲା l ଏହି ଅବସରରେ ମନୋରଞ୍ଜନ ତ୍ରିପାଠୀ ଓ ମନୋଜ ପଣ୍ଡା ନିଜ ନିଜର ଅନୁଭୂତି ବାଣ୍ଟି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପରେ ଜିଲ୍ଲା ରକ୍ତ ଭଣ୍ଡାର କେନ୍ଦ୍ରରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡାଙ୍କ ପରୋହିତ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଥିଲା l ସଭା କାର୍ଯ୍ୟକୁ ଏ ଡି ପି ଏଚ୍ ସି ଓ ଶ୍ରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିଲେ l ଶ୍ରୀ ନାରାୟଣ ରଥଙ୍କ ସମେତ ଏନସିସି ଛାତ୍ରୀମାନେ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More