ସୁବର୍ଣ୍ଣପୁରରେ ବନ୍ଦ ପାଳନ : ଗାଡି ଅଟକାଇଲେ, ଖାଇବା ଦେଲେ

11

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଆଜି ସୁବର୍ଣ୍ଣପୁରରେ ବନ୍ଦ ପାଳନ ବେଳେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଦୋକାନ ବଜାର ବନ୍ଦ ରହିଥିବା ଯୋଗୁଁ ଗାଡି କର୍ମଚାରୀ କାଳେ ଖାଇବାରେ ସମସ୍ୟା ଭୋଗିବେ ବୋଲି ଆଶଙ୍କା କରି ବଜରଙ୍ଗ ଦଳ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଖୁସି ମନରେ ମଧ୍ୟାହ୍ନ ଭୋଜନ ଖାଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ ସଂପୃକ୍ତ ଗାଡି ଚାଳକ ତଥା ଯାତ୍ରୀ ମାନେ ଓ ଗାଡି ଅଟକାଇଲେ, ଖାଇବା ଦେଇ ବଟାଇଲେ ବୋଲି ଗାଡି ଚାଳକ ମାନେ କଥାବାର୍ତ୍ତା ହୋଇ ପ୍ରଶଂସା କରୁଥିବା ଦେଖାଯାଉଥିଲା ।ବନ୍ଦ ଯୋଗୁଁ ରାସ୍ତାରେ ଅଟକି ରହିଥିବା ଶହଶହ ଗାଡ଼ିର ସମସ୍ତ କର୍ମଚାରୀଙ୍କୁ ଆନ୍ଦୋଳନ କାରୀଙ୍କ ପକ୍ଷରୁ ବ୍ଲକ ଛକଠାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ବଳଦେବ ବେଦବାକ, ଜିତୁ ବଡ଼ମାଲି, ସ୍ୱରୂପ ପାତ୍ର, ହିମାଂଶୁ ଗଡତିଆ, ମନୋଜ କୁମାର ପଟ୍ଟନାୟକ, ମିତ୍ରଭାନୁ ମେହେର, ମାନସ ମିଶ୍ର, ଅମିତ ମହାପାତ୍ର, ଦୀପକ ମହାପାତ୍ର, ଶୁଭମ ବକ୍ସି, ସକୁନ ମିଶ୍ରଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିଥିଲେ । ତେବେ ବନ୍ଦ ପାଳନ ସହ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଲା ସୁବର୍ଣ୍ଣପୁର ତଥା ଭୀମଭୋଇ ମାଟି । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More