ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

15

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ନିଶିପୁନମ ମିଞ୍ଜ ଅଂଶ ଗ୍ରହଣ କରିଥିଲେ l ପ୍ରାରମ୍ଭରେ ଅତିଥିମାନେ ସମସ୍ତ ଙ୍କ ସହିତ 1999 ମହାବାତ୍ୟା ରେ ଏବଂ ବିଭିନ୍ନ ପ୍ରାକୃତିକ ବିପଦରେ ସହସ୍ର ସଂଖ୍ୟା ରେ ମୃତାହତ ହୋଇଥିବା ଜନସାଧାରଣ ଙ୍କ ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ର ନୀରବ ପ୍ରାର୍ଥନା କରିଥିଲେ l ଓଏସଡିଏମ ଏ ପ୍ରୋଜେକ୍ଟ ଅଫିସର ବିଶ୍ୱନାଥ ନାୟକ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଜିଲ୍ଲାପାଳ ନରୱଣେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ସମୟରେ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l ଅତିଥିମାନେ 1999 ମହାବାତ୍ୟା, ଫାଇଲିନ, ହୁଡହୁଡର ଏବଂ ବିଭିନ୍ନ ପ୍ରାକୃତିକ ବିପତ୍ତିର ସ୍ମୃତି ଚାରଣ କରିଥିଲେ ଏବଂ ସମସ୍ତ ପ୍ରକାର ପ୍ରାକୃତିକ ବିପଦକୁ କିଭଳି ଭାବରେ ମୁକାବିଲା କରାଯାଇପାରିବ ତା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ l ଉପଯୁକ୍ତ ପ୍ରାକ ପ୍ରସ୍ତୁତି ଏବଂ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ର ସହଯୋଗରେ ଓଡିଶା କିଭଳି ବିଭିନ୍ନ ମହାବାତ୍ୟାକୁ ସଫଳତାର ସହିତ ମୁକାବିଲା କରି ପ୍ରଶଂସିତ ହୋଇଛି ତାହାର ଉଦାହରଣ ଦେଇଥିଲେ l ଏହା ପୂର୍ବରୁ ଏନ ଏସ ଏସ, ରେଡ କ୍ରସ ସମେତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ମହିଳା ସ୍ଵଂୟ ସହାୟକ ଦଳ କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଶତାଧିକ ସଂଖ୍ୟା ରେ ଏକ ସଚେତନତା ଶୋଭାଯାତ୍ରା ରେ ପୁରୁଣା ଟାଉନ ହଲରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଜନସଚେତନତା ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ ଏବଂ ସଭାରେ ଯୋଗ ଦେଇଥିଲେ l ଜିଲ୍ଲା ଜରୁରୀକାଳୀନ ଶାଖା ଅଧିକାରୀ ଆନନ୍ଦ ଚନ୍ଦ୍ର ପଣ୍ଡା ଏହି ସଭାର ଆୟୋଜନ କରିଥିଲେ l ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ l ଏହି ସଭାରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଏ ଡି ଏମ ଓ ଡକ୍ଟର ସ୍ୱାଇଁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ, ସୋନପୁର ମହାବିଦ୍ୟାଳୟ ରେଡକ୍ରସ ଅଧିକାରୀ ଅଧ୍ୟାପକ ଡ଼. ଉମାକାନ୍ତ ନାଗ, ଜିଲ୍ଲା ରେଡକ୍ରସ ସମିତି ଉପାଧ୍ୟକ୍ଷ ଡ଼. ସତ୍ୟନାରାୟଣ ହୋତା ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ l ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ଡ୍ରଇଂ, ରଚନା, ତର୍କ ପ୍ରତିଯୋଗିତା ରେ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସଭା ଶେଷରେ ଅଧ୍ୟାପକ ନାଗ ଏବଂ ଡ଼. ହୋତା ଙ୍କ ନିର୍ଦ୍ଦେଶନା ରେ ରେଡକ୍ରସ / ଏନଏସଏସର ଛାତ୍ର ଛାତ୍ରୀ ମାନେ ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯାଇପାରିବ ତାହା ପ୍ରଦର୍ଶନ କରିଥିଲେ l ଅଗ୍ନିଶମ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଓ ଏସ ଡି ଏମ ଏ, ଏଏମଏଫଏସର କର୍ମକର୍ତ୍ତା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ଜନସାଧାରଣ ଙ୍କୁ ଉଦ୍ଧାର କରିହେବ ତାର ନମୁନା ପ୍ରଦର୍ଶନ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More