ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ ) : ସୋନପୁର ସ୍ଥିତ ବୃନ୍ଦାବନ ବିହାରୀ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ ହୋଇଯାଇଛି। ଏଠାରେ ଖାଲି କାଳିଆ ଠାକୁର ପୂଜା ପାଇଥାନ୍ତି।କୋଉ ରାଜା ରାଜୁଡ଼ା ଅମଳରୁ ବୃନ୍ଦାବନ ବିହାରୀ ମନ୍ଦିରରେ କାଳିଆ ଠାକୁରଙ୍କ ମଧ୍ୟ ପୂଜାର୍ଚ୍ଚନା କରାଯାଇଆସୁଅଛି।ଠାକୁରଙ୍କ ରଥଯାତ୍ରା ପାଳନ ମଧ୍ୟ ଧୁମ୍ ଧାମ୍ ରେ ପାଳିତହୋଇଥାଏ।ଆଜି ଏଥିସକାଶେ ଏକ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂଜାନୀତି ଅନୁଷ୍ଠିତ ହୋଇଥିଲା। ପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା। ପରେ ବାଳଭୋଗ, ଅନ୍ନଭୋଗ ଓ ମଙ୍ଗଳ ଆଳତି କରି ପ୍ରସାଦ ସେବନ କରାଯାଇଥିଲା। ଏହି ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାପାତ୍ର ସୁଚାରୁ ରୂପେ ସଞ୍ଚାଳନ କରିଥିଲେ ଓ ପଣ୍ଡିତ ଶ୍ରୀଯୁକ୍ତ ପିତବାସ ମିଶ୍ର ଙ୍କ ସହ ସହରର ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁଙ୍କ ଏହି ଦିବ୍ୟ କାର୍ଯ୍ୟକ୍ରମରେ ଭାଗନେଇ ପ୍ରଭୁଙ୍କର ଦର୍ଶନ କରିଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।