ସୁବର୍ଣ୍ଣପୁରରେ ଅଲ ଇଣ୍ଡିଆ ଯାଦୁଗର ସଂଘ ପକ୍ଷରୁ ଯାଦୁ ପ୍ରଦର୍ଶନୀ ମହୋତ୍ସବ ପାଳିତ

15

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ସହରର ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ଯାଦୁ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ଗତକାଲି ଉଦଯାପିତ ହୋଇଯାଇଛି। ଉଦଯାପନୀ ସଂଧ୍ୟାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଯୋଗଦେଇ ଯାଦୁଗର ତଥା ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଯାଦୁଗର ସଂଘକୁ ଏପରି ସର୍ବଭାରତୀୟ ଆୟୋଜନ ପାଇଁ ପ୍ରଶଂସା କରିବା ସହିତ ଏହାର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ଯାଦୁଗର ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଏସପି ଅମରେଶ ପଣ୍ଡା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଯୋଗଦେଇ ଯାଦୁଗରଙ୍କୁ ଉତ୍ସାହିତ କରିବା ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃତୀତ୍ବ ଅର୍ଜନ କରିଥିବା ଯାଦୁଗରଙ୍କୁ ସମ୍ମାନୀତ କରିଥିଲେ। ଆୟୋଜିତ ଦୁଇ ଦିନିଆଁ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିରରେ ପ୍ରାୟ 60 ରୁ ଅଧିକ ଯାଦୁଗର ନିଜକୁ ସାମିଲ କରି ନିଜ ନିଜ ଯାଦୁ ଖେଳ ପ୍ରଦର୍ଶନ କରିବା ସହିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ସର୍ବଭାରତୀୟ ସ୍ତରର ଯାଦୁଗରମାନେ ବିଭିନ୍ନ ପ୍ରକାରର ଅଲୌକିକ ଖେଳ ପ୍ରଦର୍ଶନ କରିଥିଲେ ।ଉଦଯାପନୀ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ତଥା ଭାରତ ର ବିଭିନ୍ନ ରାଜ୍ୟ ରୁ ଆସିଥିବା ଯାଦୁଗରଙ୍କ ଚମତ୍କାର ଯାଦୁ ପ୍ରଦର୍ଶନ ରେ ଦର୍ଶକ ଓ ଅତିଥି ବିଭୋର ହୋଇ ପଡିଥିଲେ l ସଂସ୍କୃତି ଭବନ ପରିସର ରେ ବିଭିନ୍ନ ପ୍ରକାରର ଇଲୁଜନ ,ହାତ ସଫେଇ ଖେଳ ଗୁଡିକ ନୂତନ ଭାବେ ଦେଖିବାକୁ ମିଳିଥିବା ବେଳେ ଆସନ୍ତା 10 ତାରିଖ ଠାରୁ ସୁବର୍ଣ୍ଣପୁର ଠାରେ ଅଲ ଇଣ୍ଡିଆ ଯାଦୁଗର ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ପୁଣି ଏକ ସପ୍ତାହ ଧରି ଓ଼ଲ୍ଡ ଟାଉନ ହଲ ଠାରେ ଯାଦୁ ପ୍ରଦର୍ଶନ ଉତ୍ସବ ଆୟୋଜନ କରାଯିବ ବୋଲି ସଂଘ ସଭାପତି ଯାଦୁନାଥ ମିଶ୍ର ଓ ସଂଯୋଜକ, ତଥା ସାମ୍ବାଦିକ ସଞ୍ଜୟ ସାହୁଙ୍କ ଠାରୁ ପ୍ରକାଶ l ଯାଦୁଗର କୋଶଳେଶ୍ୱର ଭୋଇ, ଶ୍ରୀକାନ୍ତ ନାଏକ ସାମ୍ବାଦିକ ପିତାମ୍ବର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More