ସୁବର୍ଣ୍ଣପୁରରେ ଅର୍ଥ ମନ୍ତ୍ରୀ ଓ ମନମୁଣ୍ଡାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀଙ୍କୁ ସ୍ୱାଗତ

28

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୁଜାରୀଙ୍କୁ ଓ ସନ୍ଧ୍ୟା ୬ ଘଣ୍ଟlରେ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ,ପାନୀୟଜଳ ଯୋଗାଣ, ଜଙ୍ଗଲ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉଭୟ ମନ୍ତ୍ରୀଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l କାର୍ଯ୍ୟରତ ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ସକାଶେ “ସାମ୍ବାଦିକ ସୁରକ୍ଷା ଆଇନ ” ବିଲକୁ ତୁରନ୍ତ କାର୍ଯ୍ୟକାରୀ କରିବା, ନିଜ ଜୀବନ କୁ ବାଜି ଲଗାଇ ଦେଶର ସୁରକ୍ଷା ଓ ସମ୍ମାନ ପାଇଁ ୨୪ଘଣ୍ଟା କାର୍ଯ୍ୟ କରୁଥିବା ଓ ଲୋକଙ୍କ ପ୍ରକୃତ ସମସ୍ୟା ସରକାରଙ୍କୁ ଆଗୁଆ ଅବଗତ କରୁଥିବା ଓ ସତ୍ୟ ଖବର ପରିବେଷଣ କରି ବିଭିନ୍ନ ସମୟରେ ନିର୍ଯ୍ୟାତିତ ହେଉଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ରେ କଠୋର ଦଣ୍ଡ ବିଧାନ ଆଇନ ପ୍ରଣୟନ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, ଯାତାୟତ ସମୟରେ ବସ ଓ ଟ୍ରେନ ରେ ରିହାତି ସୁବିଧା ପ୍ରଦାନ କରିବା ପ୍ରମୁଖ ଦାବି ସବୁ ଏହି ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି l ଓଡିଶା ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଓ ରାଜ୍ୟ ସମ୍ପାଦକ ରାଜକିଶୋର ତ୍ରିପାଠୀ ଙ୍କ ନେତୃତ୍ୱ ରେ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ,ସମ୍ପାଦକ ମହାଦେବ ମଲ୍ଲିକ , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନୀଳକମଳ ମିଶ୍ର, ବରିଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନ, ଆର୍ତତ୍ରାଣ ପାଣିଗ୍ରାହୀ, ଲଷ୍ମେନ୍ଦ୍ର ବେଜ, ତରଣୀ ମେହେର, ଉଗ୍ରସେନ କର୍ମୀଙ୍କ ସମେତ ବୌଦ୍ଧ ଜ଼ିଲ୍ଲାର ଅବୁ ବକର ଖାଁ, ଓ ଉଭୟ ଜ଼ିଲ୍ଲାର ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଏହି ଦାବୀ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ I ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତ ଙ୍କ ସହିତ ମୁଖ୍ୟତଃ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ସାମ୍ବାଦିକ ସୁରକ୍ଷା ଉପରେ ଆଲୋଚନା କରିଥିଲେ l ଏହି ଦାବି ସମୁହ ଉପରେ ଗୁରୁତର ସହ ବିଚାର କରି ଖୁବ ଶୀଘ୍ର ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ସାମ୍ବାଦିକ ଙ୍କୁ ପ୍ରତିଶୃତି ଦେଇଥିଲେ l ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More