ସୁନ୍ଦରଗଡ଼ ସରକାରୀ ମେଡିକାଲ୍ କଲେଜ ଓ ହସପିଟାଲର ଭୟଙ୍କର ସ୍ଥିତି – ସୂଚନା ଅଧିକାର ଆଇନରେ ମହାଖୋଲାସା

92

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ରାଜ୍ୟର ସ୍ବାସ୍ଥ୍ୟ ସେବାର ଦୟନୀୟ ଓ ଭୟଙ୍କର ସ୍ଥିତିକୁ ଲୁଚାଇବା ପାଇଁ ନବୀନ ବାବୁଙ୍କ ଫଟୋ ଦେଇ ବିଜେଡି ଦଳର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY ସଂପର୍କରେ ଘନଘନ ପ୍ରଚାର । ରାଜ୍ୟରେ ରାସ୍ତାଘାଟ ଚାରିଆଡ଼େ ବଡ଼ ବଡ ହୋର୍ଡିଂ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଫଟୋ ଦେଇ BSKY ଜୋଜନାର ବ୍ୟାପକ ପ୍ରଚାର କରାଯାଇ ପ୍ରତ୍ୟେକ କାର୍ଡ ଧାରୀଙ୍କୁ 5ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ମନରେ ସ୍ବତଃ ପ୍ରଶ୍ନ ଉଠେ , ଯେତେବେଳେ ସରକାରୀ ହସ୍ପିଟାଲ ଗୁଡ଼ିକର ସ୍ଥିତି ଦୟନୀୟ , ହଜାର ହଜାର ଡାକ୍ତର , ନର୍ସ ପଦବୀ ଖାଲି ପଡ଼ିଛି , ରୋଗୀ ସେବା ନପାଇ ମୃତ୍ୟୁ ମୁଖରେ ପଡୁଛି , ସେପରି ସ୍ଥଳେ ବିନା ମୁଲ୍ୟରେ ଚିକିତ୍ସା କିପରି ଦିଆଯିବ । ବାସ୍ତବରେ ଏହି BSKY ଯୋଜନାରେ ସରକାରୀ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ରୋଗୀ ମାନେ ପ୍ରାଇଭେଟ୍ ହସ୍ପିଟାଲ ଗୁଡିକରେ ଏହି BSKY କାର୍ଡ ଦେଖାଇ ମାଗଣାରେ ଚିକିତ୍ସିତ ହେବେ ଓ ଏ ବାବଦ ଅର୍ଥ ସରକାର ରାଜକୋଷରୁ ଅର୍ଥାତ୍ ଆମ ଟିକସ ଅର୍ଥରୁ ଏହି ସବୁ ପ୍ରାଇଭେଟ୍ ହସ୍ପିଟାଲକୁ ପ୍ରଦାନ କରିବେ । ନବୀନ ବାବୁ ମୁଁ ମାଗଣାରେ ସ୍ବାସ୍ଥ୍ୟ ସେବା ଦେଉଛି ବୋଲି ପ୍ରଚାର କରିବେ ।ସରକାରୀ ହସପିଟାଲକୁ ବରବାଦ କରି ପ୍ରାଇଭେଟ୍ ହସ୍ପିଟାଲ ମାନଙ୍କୁ ଲାଭାନ୍ଵିତ କରିବା ଓ ସେମାନଙ୍କ ବ୍ୟବସାୟକୁ ସୁସଂଗଠିତ କରିବା ଲକ୍ଷ୍ୟ ରେ ନବୀନ ପଟ୍ଟନାୟକ ଏହି BSKY ଯୋଜନା କରିଛନ୍ତି । ନବୀନ ବାବୁଙ୍କ 24 ବର୍ଷ ଶାସନରେ ଓଡ଼ିଶାର ସ୍ବାସ୍ଥ୍ୟ ବ୍ୟବସ୍ଥା ପୁରା ଭୁଷୁଡି ପଡିଛି । ସରକାରୀ ହସ୍ପିଟାଲ ଅବସ୍ଥା ଭୟଙ୍କର । ସେହିପରି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ରେ ମେଡିକାଲ୍ କଲେଜ ଓ ହସପିଟାଲ ଖୋଲି ବାହାବା ନେଇଛନ୍ତି । କିନ୍ତୁ ଏହି ଅନୁଷ୍ଠାନ ମାନଙ୍କ ସ୍ଥିତି ସଙ୍ଗୀତ । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ , ସୁନ୍ଦରଗଡ଼ ସରକାରୀ ମେଡିକାଲ୍ କଲେଜ ଓ ହସପିଟାଲ ରେ 85ଟି Non-teaching staff ପଦବୀ ରୁ 65ପଦବୀ ଖାଲି ପଡ଼ିଛି । Lab technician 27ପଦବୀରୁ 25 ଟି ପଦବୀ ପୂରଣ ହୋଇଛି । ଆଉ ସମସ୍ତ ପଦବୀ ତଥା laboratory Attendant, Store keeper, Health Inspector, Record keeper ଇତ୍ୟାଦି ନିଯୁକ୍ତି ହୋଇ ନାହାନ୍ତି । ସେହିପରି head clerck, junior clerck ସବୁ ଭଡାଟିଆ । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର , senior resident , junior resident ଇତ୍ୟାଦି ପଦବୀ ସଂପର୍କରେ କୌଣସି ତଥ୍ୟ ଦିଆଯାଇ ନାହି । ଏଥିରୁ ଅନୁମେୟ , ଏହି ଅନୁଷ୍ଠାନର ପାଠ ପଢା କିପରି ହେଉଥିବ ଓ ସେଠାରୁ ପାଠ ପଢ଼ି ଡାକ୍ତର ହେବାକୁ ଥିବା ପିଲାଙ୍କ ଯୋଗ୍ୟତା ଓ ସ୍ଥିତି କଣ ହେବ , ଏହା ବୁଝା ପଡୁଛି । କିନ୍ତୁ ଅପର ପକ୍ଷରେ ନବୀନ ବାବୁ ବିକାଶ ପୁରୁଷ ବୋଲି ଘନଘନ ପ୍ରଚାର ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More