ସୁନ୍ଦରଗଡ଼ ଅଟୋ ୱାର୍କ ଆସୋସିସନର ସାମ୍ବାଦିକ ସମ୍ମିଳନୀ

15

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଗତକାଲି ଅଟୋ ୱାର୍କ ଆସୋସିସନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର ୭ ବି/୪୦ କ୍ୱାଟର ଠାରେ ଅନୁଷ୍ଠିତ ହୋଇଯାଇଅଛି।ସଂଘର ସଭାପତି ଶ୍ରୀ ବୈଦନାଥ ଦାସଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରୀ ଭୁବନ ବେହେରା ଅଧ୍ୟକ୍ଷତା କରି ସଂଘର ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ରାଜ୍ୟ ସରକାରଙ୍କ ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରିବା ନିମନ୍ତେ ନେଇଥିବା ନିଷ୍ପତ୍ତି ଯୋଗୁ କୃତଜ୍ଞତା ତଥା ସାଧୁବାଦ୍ ଜଣାଇଥିଲେ।ଶେଷରେ ସଂଘର ଉପଦେଷ୍ଟା ମାନ୍ୟବର ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଙ୍କ ସହଯୋଗକୁ ସଂଘର ଉନ୍ନତି ନିମନ୍ତେ ସହାୟକ ହେବବୋଲି ସ୍ବୀକାର କରିବା ସହ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ସମ୍ମିଳନୀ ରେ ସଂଘର କର୍ମକର୍ତ୍ତା ଶ୍ରୀରାମ ନାୟକ,ହରି ବାହାଦୁର,ସନ୍ୟାସୀ ଦାସ ,ସିମାଞ୍ଚଳ ସ୍ୱାଇଁ,ଗୁରୁ ଦତ୍ତା ବାରିକ, ଅନିଲ କୁମାର ସାହୁ,ବିଶ୍ୱକିସନ୍ ନାୟକ, ରଞ୍ଜିତ ମହାନ୍ତି,କୁମାର ଲେଙ୍କା ଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ରାଉରକେଲା ରୁ କ୍ୟମେରମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More