ସୁନେତ୍ର ଯୋଜନାରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରାଜ୍ୟ ସରକାରଙ୍କ ଓସେପା ବିଭାଗ ସହାୟତାରେ ସୁ ନେତ୍ର ଯୋଜନାରେ ଛାତ୍ର ଛାତ୍ରୀମାନେ ଯେଭଳି କୌଣସି ଚକ୍ଷୁ ଜନିତ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥି ନିମନ୍ତେ ରାଜ୍ୟ ସରକାର ଦୃଷ୍ଟି ଦେଇ ଏପରି ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି।ଏହି ଚକ୍ଷୁ ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା 300ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିବାର ଜଣାପଡ଼ିଛି। ପାରଳାଖେମୁଣ୍ଡି ଚକ୍ଷୁ ବିଭାଗର ବିଶେଷଜ୍ଞ ଜନ୍ମେଜୟ ସାହୁ,ଦୁଃଖୀରାମ ସିଂ ଏବଂ ବ୍ରହ୍ମପୁରର ରୁବି ଚକ୍ଷୁ ଚିକିତ୍ସାଳୟର କୁମାର ପୋଲାଇ ଓ ଜ୍ୟୋତି ରଞ୍ଜନ ନାୟକ ଯୋଗ ଦେଇ ଚକ୍ଷୁ ପରୀକ୍ଷା କରିଥିଲେ।ଆବଶ୍ୟକ ସ୍ଥଳେ ମାଗଣା ଚଷମା, ଔଷଧ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ କୁ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କ ନେତୃତ୍ୱରେ ହୋଇ ଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପରିଚାଳନା କରିଥିଲେ। ଗୋଶାଣୀ ବ୍ଳକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶିବାଜୀ କହଁର,ବି ଇ ଓ କାର୍ଯ୍ୟାଳୟର ସବିତା ରଥ,ତାପସ କୁମାର ଦେ,ଟୁଲୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଡାକ୍ତର ମହେନ୍ଦ୍ର ନାଥ ସିଂ, ଡାକ୍ତର ବିଜୟିନୀ ଭୂୟାଁ, ଡାକ୍ତର ଲତିକା ବେହେରା, ଡାକ୍ତର ଅନଙ୍ଗ ସୁଦନ ଭୂୟାଁ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More