ସୁନା ଦୋକାନ ଉପରେ ଜୀଏସଟି ବିଭାଗର ଚଢ଼ାଉ

44

Get real time updates directly on you device, subscribe now.

Anchor-: ବର୍ଷ ବର୍ଷ ଧରି ଗ୍ରାହକଙ୍କୁ ଭୁଆଁ ବୁଲେଇବା ଅର୍ଥାତ ଜୀଏସଟି ବିଲ ନ ଦେଇ ସୁନା ରୁପା ଗହଣା ବିକ୍ରୟ କରି ଜୀଏସଟି ଟିକସ ଫାଙ୍କି ଆସୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ସଂପ୍ରଦାୟ ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ କରାଯାଇଥିଲା । ପୂର୍ବ ରୁ ସୂଚନା ପାଇ ଭବାନୀପାଟଣା କାର୍ଯ୍ୟାଳୟର ଡେପୁଟି କମିସନର ସମୀର କୁମାର ମାଝୀଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ଉମରକୋଟ ପହଞ୍ଚି ସହର ମଧ୍ୟ ମୁଖ୍ୟ ରାସ୍ତା କଡରେ ଥିବା ସଂପ୍ରଦାୟ ସୁନା ଦୋକାନ ଏବଂ ବାସଗୃହ ଉପରେ ଦୀର୍ଘ ସମୟ ଧରି ଚଢାଉ କରିବା ସହ ଲାପଟପ ଏବଂ ବହୁ ମୁଲ୍ୟବାନ କାଗଜ ପତ୍ର ଜବତ କରି ତଦନ୍ତ ଜାରି ରଖିଥିବା ଡେପୁଟି କମିସନର ସମୀର କୁମାର ମାଝୀ ପ୍ରକାଶ କରିଛନ୍ତି ।ଉକ୍ତ ଚଢ଼ାଉ ରେ ସମୀର କୁମାର ମାଝୀ ଙ୍କ ସହ ଭବାନୀ ଶଙ୍କର ପଟେଲ, ହରେକୃଷ୍ଣ ସାହୁ, ସୁଧାଂଶୁ ଶେଖର ବେହେରା, ଟଙ୍କଧର ସାହୁ, ନେମିସ କୁମାର ସାହୁ ପ୍ରମୁଖ ସାମିଲ ଥିଲେ!ନବରଙ୍ଗପୁର(ସଂଘର୍ଷ ମିଡିଆ) ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More