ସୁନାବେଡା ଅଭୟାରଣ୍ୟରେ ଉନ୍ନୟନ ଅନୁଦାନ ବାଟମାରଣା ନେଇ ତଦନ୍ତ ଦାବି କଲା କଂଗ୍ରେସ

34

Get real time updates directly on you device, subscribe now.

ନୂଆପଡା  ( ସଂଘର୍ଷ ମିଡିଆ ) :  ସୁନାବେଡା ଅଭୟାରଣ୍ୟରେ ଉନ୍ନୟନ ଅନୁଦାନ ବାଟମାରଣା ନେଇ ତଦନ୍ତ ଦାବି କଲା କଂଗ୍ରେସ।ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ଚକୋଟିଆ ଭୁନଜିଆଙ୍କ ଉନ୍ନୟନ ଅନୁଦାନ ବାଟମାରଣା ପ୍ରସଙ୍ଗର ନିରପେକ୍ଷ ତଦନ୍ତ ଦାବି ନେଇ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛି । ସୁନାବେଡା ଅଭୟାରଣ୍ୟର ସୁନାବେଡା , ସୋସେଙ୍ଗ ଓ ମିଛାପାଲି ପଞ୍ଚାୟତରେ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ( ସିବିଡିଏ ) ତରଫରୁ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ( ଓପେଲିପି ) ସ୍ଵତନ୍ତ୍ର ଯୋଜନାକୁ ଇଣ୍ଟିଗ୍ରେଟେଡ ଏଜେନସି ଫର ଇଜୁକେସନ ଏନଭାମେଣ୍ଟ ଟେକ୍‌ନୋଲୋଜି ( ଆଏଇଇଟି ) ସହଭାଗୀ ସଂସ୍ଥା ଜରିଆରେ କାର୍ଯ୍ୟକାରୀ ହେଉଛି । ଏହି ୩ ସଂସ୍ଥାର ଅଧିକାରୀ ମିଳିମିଶି ବନବାସୀଙ୍କ ସରକାରୀ ଅନୁଦାନ ରାଶିକୁ ହରିଲୁଟ କରିବାରେ ଲାଗିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସପୁରୀ , ହଳଦୀ , ଅଦା ମିଶନ ଫେଲ ହୋଇଥିଲା । କୁକୁଡ଼ା , ଛେଳି ପାଳନ ଓ ୱାଟର ଫିଲ୍ମର ଯୋଗାଣ ନାଁରେ ସରକାରୀ ଅର୍ଥ ହରିଲୁଟ କରିଥିଲେ । ଗତ ଅଗଷ୍ଟ ୧୬ରେ ଜିଲ୍ଲା କଂଗ୍ରେସ କମିଟି ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏହାର ୧୫ ଦିନପରେ ବି ଜିଲ୍ଲା ପ୍ରଶାସନ ତରଫରୁ ଦୋଷୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଗତ ୩୦ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝିଙ୍କ ନେତୃତ୍ବରେ ଏକ ଟିମ ସୁନାବେଡା ଅଭୟାରଣ୍ୟ ଗସ୍ତ କରି ହଳଦୀ , ଅଦା , କୁକୁଡ଼ା , ଛେଳି ଚାଷ ସହ ୱାଟର ଫିଲ୍ମର ଦୁର୍ନୀତିର ସ୍ଥିତି ପରଖୀ ଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାଝିଙ୍କ ନେତୃତ୍ୱରେ ଏକ ଟିମ ଭିଜିଲାନ୍ସ ଉପ ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଭିଜିଲନ୍ସ ଡିଏସପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More