ସୁନାନଗର ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ

9

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସଟି କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ପ୍ରତ୍ୟେଖ ଦର୍ଶୀ°କ କହିବାନୁଯାୟୀ ବସଟି ଦୃତ ଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟିଠାରେ ହଠାତ୍ ଏକ ଛେଳି ପଲ ରାସ୍ତା ଉପରକୁ ଚାଲି ଆସିଥିଲେ, କିନ୍ତୁ ଡ୍ରାଇଭର ଉକ୍ତ ଛେଳି ମାନଙ୍କୁ ବ°ଚାଇବାକୁ ଯାଇ ଜୋରରେ ବ୍ରେକ ଦେଉଥିଲେ ଓ ଯାହା ଫଳରେ ଗାଡିଟି ଭାରସାମ୍ୟ ହରାଇ ଗୋଟିଏ ପଟକୁ ଓଲଟି ଯାଇଥିଲା । ତୁରନ୍ତ ଏହି ଘଟଣାର ଖବର ପାଇ କୁଡୁମୁଲୁଗୁମ୍ମା ପୋଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରାଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଖାପାଖି ୧୦ ଜଣ ଯାତ୍ରୀ ଚିକିତ୍ସିତ ହୋଇଥିବା ବେଳେ କାହାରିକୁ ଗଭୀର ଆଘାତ ଲାଗିନଥିବା କଥା ସ୍ୱାସ୍ଥ୍ୟ ଅଧିକାରୀ ସୁଚନା ଦେଇଛନ୍ତି ଓ ସମସ୍ତ ୧୦ ଜଣ ଯାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ନିମନ୍ତେ ଗାଡ଼ିର ଡ଼୍ରାଇଭର ଓ କଣ୍ଡକ୍ଟର ସହିତ ପଚରା ଉଚରା ଜାରିରଖିଛି । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More